Latest Odisha News

BREAKING NEWS

ବାଲେଶ୍ୱର ରେଳ ବିକାଶ : ଦକ୍ଷୀଣପୂର୍ବ ରେଳବାଇ ଜେନରାଲ ମ୍ୟାନେଜରଙ୍କ ସହ ଆଲୋଚନା କଲେ ପ୍ରତାପ ଷଡଙ୍ଗୀ

ବାଲେଶ୍ୱରେ : ବାଲେଶ୍ୱରେ ହେବ ରେଳପଥର ବିକାଶ ।ଏନେଇ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ଦକ୍ଷୀଣପୂର୍ବ ରେଳବାଇ ଜେନରାଲ ମ୍ୟାନେଜର ଶ୍ରୀମତି ଯୋସୀଙ୍କ ଙ୍କ ସହିତ ଆଲୋଚନା କରିଛନ୍ତି । ଅନ୍ୟପଟେ ବାଲେଶ୍ୱରରେ ରେଳ ଭିତ୍ତି ଭୂମି ଗୁଡିକର ବିକାଶ ସହ ରେଳ ସେବାକୁ ନେଇ ଦେଖାଦେଉଥିବା ବିଭିନ୍ନ ସମସ୍ୟା ଓ ତାହାର ନିରାକରଣ ବିଷୟରେ ମଧ୍ୟ ଆଲୋଚନା କରିଥିଲେ। ଶ୍ରୀମତି ଯୋସୀ ବାଲେଶ୍ୱର ଗସ୍ତରେ ଆସିଛନ୍ତି ଏହି ଅବସରରେ ରେଳ ଷ୍ଟେସନ ପରିସରରେ ଆଲୋଚନା ହୋଇଥିଲା।

BjdElectrycity

ବିଶେଷ କରି ବାଲେଶ୍ୱର, ଜଳେଶ୍ୱର ,ସୋର ଓ ମାର୍କଣାରେ ନୂତନ ଷ୍ଟେସନ ଗୃହ ନିର୍ମା, ତୃତୀୟ ଲାଇନ କାମର ଅଗ୍ରଗତି,ବସ୍ତାରେ ଦୁଇଟି ଓ ଅମର୍ଦା ରୋଡ୍ ଠାରେ ଗୋଟିଏ ରେଳ ଓଭରବ୍ରିଜ୍ ତୁରନ୍ତ ନିର୍ମାଣ କାର୍ଯ୍ୟ ଆରମ୍ଭ, ବାଙ୍ଗିରିପୁଷି –ରୂପସା ଟ୍ରେନକୁ ବାଲେଶ୍ୱର ପର୍ଯ୍ୟନ୍ତ ସମ୍ପ୍ରସାରଣ ,ଓ ବାଙ୍ଗିରିପୋଷି-ଭୁବନେଶ୍ୱର ଟ୍ରେନରେ ଉଭୟ ସଂରକ୍ଷିତ ଓ ଅସରଂକ୍ଷିତ କୋଚ୍ ସଂଖ୍ୟା ବୃଦ୍ଧି ସହ ମାର୍କୋଣାଠାରୁ ଜଳେଶ୍ୱର ପର୍ଯ୍ୟନ୍ତ ଷ୍ଟେସନ ଗୁଡିକରେ ପ୍ଲାଟ ଫର୍ମର ଉଚ୍ଚତା ବୃଦ୍ଧି। ଜଳେସ୍ୱର ଓ ବସ୍ତାରେ ଉତ୍କଳ ଏକ୍ସପ୍ରେସର ରହଣୀ ସମେତ ଜିଲ୍ଲାର ସମସ୍ତ ରେଳ ସଲଗ୍ନ ରାସ୍ତାର ଉନ୍ନତି କରଣ ସମ୍ପର୍କରେ ଆଲୋଚନା ହୋଇଥିଲା।

ଏହା ସହିତ ରେଳବାଇର ଜମିରେ ପଞ୍ଚାୟତ ମାଧ୍ୟମରେ ନଡିଆ ଚାଷ କରିବା ନେଇ ସାଂସଦ ଶ୍ରୀ ଷଡଙ୍ଗୀ ପ୍ରସ୍ତାବ ଦେଇଥିଲେ ।ଏହାଦ୍ୱାରା ଉଭୟ ରେଳବାଇ ଓ ସ୍ଥାନୀୟ ଚାଷୀ ଉପକୃତ ହେବା ସହିତ ଆଗାମୀ ଦିନରେ ନଡିଆ କତା ବୋର୍ଡର ଆବଶ୍ୟକତା କଞ୍ଚାମାଲ ମିଳିପାରିବ ବୋଲି ସେ କହିଥିଲେ । ଏହି ଆଲୋଚନା ସମୟରେ ଦକ୍ଷିଣପୂର୍ବ ରେଳପଥର ଡେପୁଟି ଜେନେରାଲ ମ୍ୟାନେଜର ମନୋରଞ୍ଜନ ପ୍ରଧାନଙ୍କ ସହ ବହୁ ଉଚ୍ଚ ପଦାଧିକାରୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.