Latest Odisha News

BREAKING NEWS

ଭାରତୀୟ ଐତିହ, କଳା ଓ ସଂସ୍କୃତିର ଏକ ଝଲକ ‘ଅଯନ୍ତା ଏଲୋରା ଗୁମ୍ଫା’

ଭୁବନେଶ୍ୱର: ସଂସ୍କୃତି ଓ ଇତିହାସରେ ଭରିରହିଛି ଭାରତର କଳାକାରିଗରି । ଏହାର ପ୍ରତ୍ୟେକଟି ଐତିହ୍ୟ ପଛରେ ଲୁଚି ରହିଛି ସେଠାକାର ଗାରିମାର ଗାଥା । ସେହିପରି ଏକ ସ୍ଥାନ ହେଉଛି ‘ଅଯନ୍ତା ଏଲୋରା ଗୁମ୍ଫା’ ।

ମହାରାଷ୍ଟ୍ରର ଔରଙ୍ଗାବାଦ ଜିଲ୍ଲାରେ ରହିଛି ଏହି ଅଯନ୍ତା ଏଲୋରା ଗୁମ୍ଫା । ଭାରତର ମୁଖ୍ୟ ଐତିହ୍ୟ ମାନଙ୍କ ମଧ୍ୟରୁ ଏହା ଅନ୍ୟତମ । ଏହି ଗୁମ୍ଫା ପରସ୍ପର ଠାରୁ ପ୍ରାୟ ୧୦୦ କିଲୋମିଟର ଦୂରରେ ରହିଲେ ମଧ୍ୟ ନିଜର ସ୍ୱତନ୍ତ୍ରତା କାରଣରୁ ଏହି ଦୁଇଟି ଗୁମ୍ଫାର ନାମ ସର୍ବଦା ଏକତ୍ରିତ କୁହାଯାଏ।

ବଡ଼ବଡ଼ ପାହାଡ଼କୁ କଟାଯାଇ ନିର୍ମିତ ହୋଇଥିବା ଏହି ଗୁମ୍ଫାଗୁଡ଼ିକ ବାସ୍ତୁକଳାର ଉଚ୍ଚକୋଟୀର ନମୁନା। ଅଯନ୍ତା ଏଲୋରା ଗୁମ୍ଫାର ଶିଳାଲିପି , ବାସ୍ତୁକଳା, ମୂର୍ତ୍ତି ଆଦି ହିନ୍ଦୁ, ବୌଦ୍ଧ ଓ ଜୈନ ଧର୍ମ ସହ ଜଡ଼ିତ।

ଅଯନ୍ତା ପ୍ରାୟ ୩୦ଟି ଗୁମ୍ଫାର ସମୂହ, ଯାହା ଘୋଡ଼ା ନାଲର ଆକାରରେ ପାହାଡ଼ କଟା ହୋଇ ନିର୍ମିତ ହୋଇଛି। ଏହାର ସମ୍ମୁଖରେ ୱାଘୋରା ନଦୀ ପ୍ରବାହିତ ହେଉଛି। ଗୁମ୍ଫା ନିକଟରେ ଥିବା ଅଯନ୍ତା ଗାଁ ନାମରେ ଏହି ଗୁମ୍ଫାଗୁଡ଼ିକ ନାମ ଅଜନ୍ତା ରଖାଯାଇଥିବା ଶୁଣିବାକୁ ମିଳେ ।

ସେହିପରି ଏଲୋରା ଗୁମ୍ଫାରେ ୩୪ଟି ମୋନେଷ୍ଟ୍ରୀ ଓ କେତେକ ମନ୍ଦିର ରହିଛି, ଯାହା ପାହାଡ଼ର ପାଦଦେଶରେ ପ୍ରାୟ ୨କିଲୋମିଟର ଯାଏଁ ପରିବ୍ୟାପ୍ତ ହୋଇ ରହିଛି।

ଏଲୋରାର ଗୁମ୍ଫାରେ ଥିବା ମନ୍ଦିର ହିନ୍ଦୁ, ବୌଦ୍ଧ ଓ ଜୈନ ଧର୍ମକୁ ସମର୍ପିତ ଅଟେ। ପ୍ରତିବର୍ଷ ବହୁ ସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ଭ୍ରମଣ ପାଇଁ ଆସିଥାଆନ୍ତି। ସୁନ୍ଦର କାରୁକାର୍ଯ୍ୟ ଓ ବାତାବରଣ ସଭିଁଙ୍କ ମନରେ ସର୍ବଦା ସ୍ମରଣୀୟ ହୋଇ ରହେ।

Leave A Reply

Your email address will not be published.