Latest Odisha News

BREAKING NEWS

ଅଜୟଙ୍କ ଦେ ଦେ ପ୍ୟାର ଦେ ୨ ଫିଲ୍ମ ଏହି ଦିନ ହେବ ରିଲିଜ

ମୁମ୍ବାଇ: ଅଜୟ ଦେବଗନ ଓ ଆର.ମାଧବନ ଅଭିନୀତ ଶୈତାନ ଫିଲ୍ମ ବକ୍ସ ଅଫିସରେ ଭଲ ବ୍ୟବସାୟ କରୁଛି । ଏହା ପରେ ଅଜୟଙ୍କ ଆଉ ୨ଟି ଫିଲ୍ମ ରିଲିଜ ହେବାକୁ ଯାଉଛି । ସେଗୁଡିକ ହେଲା ମୈଦାନ ଓ ଦେଦେ ପ୍ୟାର ଦେ ୨ । ରକୂଲ ପ୍ରୀତ ସିଂଙ୍କ ସହ ଦେଦେ ପ୍ୟାର ଦେର ସୀକ୍ୱେଲ ୧ ମେ ୨୦୨୫ରେ ରିଲିଜ ହେବ ବୋଲି ମେକର୍ସଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଲଭ ଫିଲ୍ମସ ଓ ଟି ସିରିଜ ଇନଷ୍ଟାଗ୍ରାମରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ରେଡ ୨ ଓ ସିଂଘମ ଏଗେନ ଫିଲ୍ମର ଶୁଟିଂ ଶେଷ ହେବା ପରେ ଜୁନରୁ ଅଜୟ ଏହି ଫିଲ୍ମର ଶୁଟିଂ ଆରମ୍ଭ କରିଦେବେ ।

ଦେଦେ ପ୍ୟାର ଦେ ରେ ଅଜୟଙ୍କ ସହ ତବୁ ମୂଖ୍ୟ ଭୂମିକାରେ ରହିଥିଲେ । ଏହି ଫିଲ୍ମକୁ ଦର୍ଶକ ପସନ୍ଦ କରିଥିଲେ । ଅଜୟ ଏବେ ତାଙ୍କର ଆଗାମୀ ଫିଲ୍ମ ମୈଦାନ ଉପରେ ନଜର ରଖିଛନ୍ତି । ବାରମ୍ବାର ଏହି ସ୍ପୋର୍ଟ୍ସ ଡ୍ରାମର ରିଲିଜ ଡେଟ ଘୁଂଚୁଥିବାରୁ ଦର୍ଶକମାନେ ମଧ୍ୟ ବ୍ୟତୀବ୍ୟସ୍ତ ହୋଇ ପଡିଲେଣି ।

Leave A Reply

Your email address will not be published.