Latest Odisha News

BREAKING NEWS

ଏସ୍‌ଏସ୍‌ ରାଜାମୌଲିଙ୍କ ଫିଲ୍ମରେ ନଜର ଆସିବେ ଅଜୟ

ନୂଆଦିଲ୍ଲୀ: ଅଭିନେତା ଅଜୟ ଦେବଗନ୍ ତାଙ୍କ ଅଭିନୟ ସହିତ ସମସ୍ତଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି। ତେବେ ଅଜୟଙ୍କ ନିଖୁଣ ଅଭିନୟ ଯୋଗୁ ତାଙ୍କୁ ସାଉଥ୍‌ ଫିଲ୍ମ ଜଗତରୁ ମଧ୍ୟ ଅନେକ ଭଲ ଅଫର ମିଳୁଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ ଅଜୟ ଦେବଗନ୍ ବାହୁବଲୀର ନିର୍ଦ୍ଦେଶକ ଏସ୍ ରାଜାମୌଲିଙ୍କ ସହ ଏକ ଫିଲ୍ମରେ କାମ କରିବାକୁ ଯାଉଛନ୍ତି। ନିର୍ଦ୍ଦେଶକଙ୍କ ମେଗା ବଜେଟ୍ ଚଳଚ୍ଚିତ୍ର ଆର୍‌ଆର୍‌ଆର୍‌ର ସୁଟିଂ ଖୁବ୍‌ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଏହି ଚଳଚ୍ଚିତ୍ରରେ ଅଜୟ ଦେବଗନଙ୍କୁ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଦିଆଯାଇଛି। ରାଜାମୌଲି ଏବଂ ଅଜୟ ଦେବଗନ୍‌ଙ୍କ ଏକ ଫଟୋ ମଧ୍ୟ ସୋସିଅ‌ାଲ୍‌ ମିଡିଆରେ ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି।

ବର୍ତ୍ତମାନ ଏହି ଚଳଚ୍ଚିତ୍ରରେ ଅଜୟଙ୍କ ଭୂମିକା କ’ଣ ହେବ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ, କିନ୍ତୁ କୁହାଯାଉଛି ଯେ ଅଜୟଙ୍କ ବିନା ଫିଲ୍ମର କାହାଣୀ ଆଗକୁ ବଢିପାରିବ ନାହିଁ। ଯାହା ମନେ ହେଉଛି ଚଳଚ୍ଚିତ୍ରରେ ଅଜୟ ଦମ୍‌ଦାର ଭୂମିକାରେ ନଜର ଆସିବେ। ନିଜେ ଏସ୍ ରାଜାମୌଲି ମଧ୍ୟ ଅଜୟ ଦେବଗନଙ୍କ ସହ କାମ କରି ବହୁତ ଖୁସି ଅଛନ୍ତି। ସେ ତାଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ପ୍ରମୁଖ ଅଭିନେତା ବୋଲି କହିଛନ୍ତି।

ଏକ ସାକ୍ଷାତକାରରେ ରାଜାମୌଲି କହିଛନ୍ତି ଯେ ଏହି ଚଳଚ୍ଚିତ୍ରରେ ଅଜୟଙ୍କ ଚରିତ୍ର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ମୁଁ ଏପରି ଜଣେ କଳାକାର ଚାହୁଁଥିଲି ଯାହାର ପ୍ରତ୍ୟେକ ଶବ୍ଦରେ ସତ୍ୟତା ଭରି ରହିଥିବ। ଯେତେବେଳେ ମୁଁ ଏଭଳି ଜଣେ କଳାକାର ଖୋଜିବା ଆରମ୍ଭ କରିଥିଲି ସେତେବେଳେ ସମସ୍ତେ ମୋତେ ଅଜୟ ଦେବଗନଙ୍କ ବିଷୟରେ କହିଥିଲେ।

Leave A Reply

Your email address will not be published.