Latest Odisha News

ବଲିଉଡ ଡ୍ରଗ୍ସ ଲିଙ୍କ: NCBରେ ହାଜର ହେଲେ ଅର୍ଜୁନ ରାମପାଲଙ୍କ ଗାର୍ଲଫ୍ରେଣ୍ଡ ଗେବ୍ରିଏଲା

ମୁମ୍ବାଇ: ଡ୍ରାଗ୍ସ ଲିଙ୍କ ମାମଲାରେ ଏନ୍‌ସିବି ଅଫିସ୍‌ରେ ହାଜର ହେଲେ ବଲିଉଡ ଅଭିନେତା ଅର୍ଜୁନ ରାମପାଲଙ୍କ ଗାର୍ଲଫ୍ରେଣ୍ଡ ଗେବ୍ରିଏଲା ଡେମୋଟ୍ରିଏଡସ । ଏନ୍‌ସିବି ଆଜି ସାକଳେ ପଚରାଉଚରା କରିବା ପାଇଁ ତାଙ୍କୁ ସମନ ପଠାଇଥିଲା ।

ଗେବ୍ରିଏଲାଙ୍କ ସହ ଅଜୁର୍ନଙ୍କୁ ମଧ୍ୟ ପଚରାଉଚରା ପାଇଁ ସମନ ପଠାଯାଇଛି। ଅଜୁର୍ନଙ୍କ ପୂର୍ବରୁ ତାଙ୍କ ଡ୍ରାଇଭରଙ୍କୁ ମଧ୍ୟ ଜେରା କରିଥିଲେ ଏନସିବି ଟିମ। ଡ୍ରଗ୍ସ ଲିଙ୍କ ନେଇ ନଭେମ୍ବର ୯ରେ ଏନସିବି ଅଜୁର୍ନଙ୍କ ଘରେ ଚଢ଼ଉ କରିଥିଲା। ଏହା ପୂର୍ବରୁ ଏନସିବି ଗର୍ଲଫ୍ରେଣ୍ଡ ଗେବ୍ରିଏଲା ଡେମୋଟ୍ରିଏଡସଙ୍କ ଭାଇ ଅଗିସିୟାଲୋସଙ୍କୁ ମଧ୍ୟ ଗିରଫ କରିଥିଲା। ତାଙ୍କ ପାଖରୁ ହସିଷ ଓ ଏଲ୍‌ପ୍ରୋଜୋଲନର୍‌ ଟାବଲେଟ୍ ଜବତ କରାଯାଇଥିଲା।

ଅଜୁର୍ନଙ୍କ ପୂର୍ବରୁ ଏନସିବି ଫିଲ୍ମ ପ୍ରଯୋଜକ ଫିରୋଜ ନାଦିଆଦୱାଲାଙ୍କ ଘରେ ଚଢ଼ାଉ କରି ତାଙ୍କ ପତ୍ନୀ ଶବାନା ସଇଦଙ୍କୁ ଗିରଫ କରିଥିଲା। ପ୍ରଯୋଜକ ଫିରୋଜ ନାଦିଆଦୱାଲାଙ୍କ ଘରେ ଏନସିବିର ରେଡ୍‌ ପଡ଼ିଥିବା‌ ବେଳେ ତାଙ୍କ ଘରୁ ଏନ୍‌ସିବି କିଛି ମାତ୍ରାରେ ଡ୍ରଗ୍ସ ଜବତ କରିଥିଲା।

Leave A Reply

Your email address will not be published.