Latest Odisha News

BREAKING NEWS

ମହଙ୍ଗା ପଡିଲା ଦ୍ୱେଷପୂର୍ଣ୍ଣ ଭାଷଣ, ଗିରଫ ହେଲେ ଏଜାଜ ଖାନ୍ !

ମୁମ୍ବାଇ: ପୁଣି ଗିରଫ ହେଲେ ଅଭିନେତା ଏଜାଜ୍ ଖାନ୍ । ହେଲେ ଏଥର କୌଣସି ନେତା କି ଅଭିନେତାଙ୍କୁ ଧମକ ଦେଇ ନୁହେଁ ବରଂ ସୋସିଆଲ ମିଡିଆରେ ସାମ୍ପ୍ରଦାୟିକ ଭାଷଣ ମାରି ପୋଲିସ ହାତରେ ବନ୍ଧା ହୋଇଛନ୍ତି ।

ବିବାଦୀୟ ସେଲିବ୍ରିଟି ଏଜାଜ ଗୁରୁବାର ଏକ ଫେସବୁକ୍ ଲାଇଭରେ ସାମ୍ପ୍ରଦାୟିକ କଥା କହିବା ସହ ଲୋକଙ୍କ ମନରେ ବିରୋଧାତ୍ମକ ଭାବନା ସୃଷ୍ଟି କରିବାକୁ ଚେଷ୍ଟା କରିଥିଲେ । ଭିଡିଓରେ ସେ କହିଥିଲେ ପିମ୍ପୁଡି କି ହାତୀ ମରିଲେ ମୁସଲମାନ ଦୋଷୀ । ଏପରିକି ଭୁକମ୍ପ ହେଲେ ବି ମୁସଲମାନ ଦୋଷୀ । ହେଲେ କେବେ ଆପଣ ଚିନ୍ତା କରିଛନ୍ତି ଏହି ଷଡଯନ୍ତ୍ର ପଛରେ କାହାର ହାତ ରହିଛି ।

ଭିଡିଓଟି ଭାଇରାଲ୍ ହେବା ପରେ ଏଜାଜ୍ ଖାନଙ୍କୁ ଗିରଫ କରିବା ଲାଗି ସୋସିଆଲ୍ ମିଡିଆରେ ଦାବି ଜୋର ଧରିଥିଲା । ଶେଷରେ ଶନିବାର ସଂଧ୍ୟାରେ ତାଙ୍କୁ ପୋଲିସ ଗିରଫ କରିଛି । ଏଜାଜଙ୍କ ବିରୋଧରେ ଖାର୍ ପୋଲିସ ଆଇପିସି ଧାରା 153(A),117, 121, 188, 501 ଓ 502(2) ଧାରା ଅଧିନରେ ମାମଲା ରୁଜୁ କରିଛି ।

 

Leave A Reply

Your email address will not be published.