Latest Odisha News

BREAKING NEWS

କରୋନା ସହ ୧୦ ଦିନ ଲଢି ଆଖି ବୁଜିଦେଲେ ଏସିପି…

ଲୁଧିଆନା: ପଞ୍ଜାବପ ପ୍ରଦେଶ ଲୁଧିଆନାର ଆସିଷ୍ଟାଷ୍ଟ କମିଶନର୍ ଅଫ ପୋଲିସ (ଏସିପି) ହେଲେ ଅନିଲ୍ କୋହଲି । ଜନସାଧାରଣଙ୍କୁ କରୋନା କବଳରୁ ବଞ୍ଚାଇବା ଲାଗି ଦିନ ରାତି ଖରାରେ ଛିଡ଼ା ହୋଇ ସେବା ସହିତ କର୍ତ୍ତବ୍ୟ କରୁଥିଲେ । କରୋନା ଭୂତାଣୁରେ ସଂକ୍ରମିତ ହେବାପରେ ଚିକିତ୍ସିତ ହେଉଥିଲେ । ଶନିବାର ଦିନ ତାଙ୍କର ଦୁଃଖଦ ମୃତ୍ୟୁ ଘଟିଛି । ଏହି ଘଟଣା ସମଗ୍ର ପଞ୍ଜାବରେ ଶୋକର ଛାୟା ଖେଳାଇଦେଇଛି ।

ଉତ୍ତର ଲୁଧିଆନା ସିଟି ପୋଲିସର ଏସିପି ଥିଲେ ସ୍ୱର୍ଗତଃ କୋହଲି । ଏପ୍ରିଲ୍ ୧୩ ତାରିଖରେ ସେ କରୋନା ପଜିଟିଭ୍ ଘୋଷିତ ହୋଇଥିଲେ ।

ଲୁଧିଆନା ପୋଲିସର ଜଣେ କର୍ତ୍ତବ୍ୟନିଷ୍ଠ ଏବଂ ଆଗଧାଡ଼ିର ଅଫିସର ଥିଲେ କୋହଲୀ । ସେ ଲକ୍‌ଡାଉନ୍ ସମୟରେ ଲୁଧିଆନାର ଜନଗହଳି ପରିବା ମାର୍କେଟରେ ଦୈନିକ ୮ରୁ ୧୦ ଘଣ୍ଟା ଡ୍ୟୁଟି କରୁଥିଲେ । କରୋନା ଲାଗି କର୍ଫ୍ୟୁ ଘୋଷଣା ହେବା ଦିନଠୁ ସେ ଅନବରତ ତାଙ୍କ ଡ୍ୟୁଟି କରୁଥିଲେ ।

ଏପ୍ରିଲ୍ ୮ ତାରିଖରେ କରୋନା ସଂକ୍ରମଣ ଯୋଗୁଁ ସେ ଡାକ୍ତରଖାନାରେ ଚିକିତ୍ସା ଲାଗି ଭର୍ତ୍ତି ହୋଇଥିଲେ । ସେତେବେଳେ ତାଙ୍କୁ ସାମାନ୍ୟ ଜ୍ୱର ହୋଇଥିଲା । ଡାକ୍ତରଖାନାରେ ଭର୍ତ୍ତି ହେବାର ୫ ଦିନ ପରେ ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ ।

ପଞ୍ଜାବ ସରକାରଙ୍କ ସୂତ୍ରରୁ ଜଣାପଡ଼ିଛି ଯେ, ପ୍ରଥମ କରୋନା ରୋଗୀ ଭାବେ ତାଙ୍କୁ ପ୍ଲାଜମା ଚିକିତ୍ସା କରାଯାଇଥାଆନ୍ତା । ଏପରିକି ଅନ୍ୟ ଜଣେ ବ୍ୟକ୍ତିଙ୍କ ଠାରୁ ପ୍ଲାଜମା ସଂଗ୍ରହ କରାଯାଇଥିଲା ।

ଏଡ଼ିସିପି ସଚିନ ଗୁପ୍ତା ଯିଏକି କୋଭିଡ୍‌-୧୯ର ନୋଡ଼ାଲ୍ ଅଧିକାରୀ ସେ ଏନେଇ କହିଛନ୍ତି ଯେ, ତାଙ୍କର ପ୍ଲାଜମା ଚିକିତ୍ସା କରିବାର ସମସ୍ତ ବନ୍ଦୋବସ୍ତ ସରିଥିଲେ ମଧ୍ୟ ଚିକିତ୍ସା ପୂର୍ବରୁ କୋହଲି ଆଖି ବୁଜିଦେଲେ ।

ଏସମ୍ପର୍କରେ ସ୍ପଷ୍ଟ ଜଣାପଡ଼ିନଥିଲେ ମଧ୍ୟ ପରିବା ମାର୍କେଟରୁ ହିଁ ତାଙ୍କୁ କରୋନା ସଂକ୍ରମିତ ହୋଇଥିବାର ସନ୍ଦେହ କରାଯାଉଛି । ଶୁକ୍ରବାର ରାତିରୁ ଏସିପିଙ୍କ ସ୍ୱାସ୍ଥ୍ୟରେ ଅବନତି ଦେଖାଯାଇଥିଲା । ଧିରେ ଧିରେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଗୁଡ଼ିକ ଅଚଳ ହେବା ସହିତ ଛାତିରେ ଯନ୍ତ୍ରଣା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ପ୍ରକାଶ କରିଛନ୍ତି ଏସପିଏସ ହସ୍ପିଟାଲର ମେଡ଼ିକାଲ୍ ସୁପରିନଟେଣ୍ଡେଣ୍ଟ୍ ଡଃ ରାଜୀବ କୁନ୍ଦ୍ରା ।

Leave A Reply

Your email address will not be published.