Latest Odisha News

BREAKING NEWS

ଏସିଆ କପ କ୍ରିକେଟ: ବୁମରାହ ହୋଇପାରନ୍ତି ଉପ ଅଧିନାୟକ, ବିଶ୍ୱକପକୁ ଆଖି ଆଗରେ ରଖି ହେବ ଦଳ ଚୟନ

ନୂଆଦିଲ୍ଲୀ: ଏସିଆ କପ କ୍ରିକେଟ ପାଇଁ ସୋମବାର ଭାରତୀୟ ଦଳ ଘୋଷଣା କରାଯିବ । ବିଶ୍ୱକପକୁ ଦୃଷ୍ଟିରେ ରଖି ଦଳ ଚୟନ କରାଯିବ ବୋଲି ଆଶା କରାଯାଉଛି । ଚୟନ କମିଟି ମୂଖ୍ୟ ଅଜିତ ଅଗରକରଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଏ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆୟୋଜିତ ହେବ । ରିପୋର୍ଟ ମୁତାବକ ଯଶପ୍ରୀତ ବୁମରାହଙ୍କୁ ଦଳର ଉପ ଅଧିନାୟକ ଦାୟିତ୍ୱ ପ୍ରଦାନ କରାଯାଇପାରେ । ବୈଠକରେ ମୂଖ୍ୟ କୋଚ ରାହୁଲ ଡ୍ରାଭିଡ ଉପସ୍ଥିତ ରହିବେ । ଅଧିନାୟକ ରୋହିତ ଶର୍ମା, ରାଷ୍ଟ୍ରୀୟ ଚୟନକର୍ତା ଶିବସୁନ୍ଦର ଦାସ ଭର୍ଚୁଆଲୀ ସାମିଲ ହେବ । ଚୟନ କମିଟି ବୈଠକରେ ଏହା ପୂର୍ବରୁ କୋଚଙ୍କୁ ସାମିଲ କରାଯାଉ ନ ଥିଲା । ଡ୍ରାଭିଡ ସାମିଲ ହେଲେ ଏହା ନୂତନ ପରମ୍ପରା ସୃଷ୍ଟି କରିବ । ବୈଠକ ପରେ ପ୍ରେସ କନଫେରେନ୍ସରେ ଟିମ ଘୋଷଣା କରାଯିବ ।

ଫେବୃୟାରୀରେ ଚେତନ ଶର୍ମା ପଦ ଛାଡିବା ପରେ ବିସିସିଆଇ ମୂଖ୍ୟ ଚୟନକର୍ତାଙ୍କ ସହ କୌଣସି ପ୍ରେସ କନଫେରେନ୍ସ ଆୟୋଜନ କରି ନ ଥିଲା । ଚୟନକମିଟି ୧୫ କିମ୍ବା ୧୭ ଜଣିଆ ଟିମ ଚୟନ କରିବେ ତାହା ସ୍ପଷ୍ଟ ହୋଇନି ।
ସମ୍ଭାବ୍ୟ ଟିମ: ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, କେଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, କୂଲଦୀପ ଯାଦବ, ଯଶପ୍ରୀତ ବୁମରାହ(ଉପ ଅଧିନାୟକ), ମହମ୍ମଦ ସାମି, ଶ୍ରେୟାଶ ଆୟାର, ଶାର୍ଦ୍ଦୁଳ ଠାକୁର, ଈଶାନ କିଶାନ, ୟୁଜଭେନ୍ଦ୍ର ଚହଲ/ଅକ୍ଷର ପଟେଲ ।

Leave A Reply

Your email address will not be published.