ଲକ୍ଷ୍ନୌ: କନ୍ନୌଜ ଲୋକସଭା ଆସନରୁ ନିର୍ବାଚନ ଲଢିବେ ସମାଜବାଦୀ ପାର୍ଟି ସୁପ୍ରିମୋ ଅଖଳେଶ ଯାଦବ । ଏନେଇ ସେ ଆଜି ପତ୍ନୀ ଡିମ୍ପଲ ଯାଦବ, ଦାଦା ଶିବପାଲ ଯାଦବ ଓ ରାମଗୋପାଳ ଯାଦବଙ୍କ ସହ ଯାଇ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହାପୂର୍ବରୁ ସମାଜବାଦୀ ପର୍ଟ୍ଟି ତେଜ୍ ପ୍ରତାପ ଯାଦବଙ୍କୁ ଏହି ଆସନରୁ ପ୍ରାର୍ଥୀ କରିଥିଲା । ବର୍ତ୍ତମାନ କିନ୍ତୁ ଅଖିଳେଶ ଯାଦବ ଏହି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ।
ନାମାଙ୍କନ ପତ୍ର ଭରିବା ପରେ ଅଖିଳେଶ କହିଛନ୍ତି, ‘ମୁଁ ଏଠାରୁ ନିର୍ବାଚନ ଲଢ଼େବୋଲି ଦଳର ସମସ୍ତ ନେତା ଓ କର୍ମୀ ମାନେ ଚାହୁଁଥିଲେ । ସମସ୍ତଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇ ମୁଁ ନିର୍ବାଚନୀ ମୈଦାନକୁ ଓହ୍ଲାଇଛି । ସେଥିପାଇଁ ମୁଁ ସମସ୍ତଙ୍କୁ କୃତଜ୍ଞତା ଜଣାଉଛି। ମୁଁ ଆଶା କରୁଛି ଯେ ଏଠାରେ ଥିବା ଲୋକଙ୍କ ଠାରୁ ମଧ୍ୟ ମୋତେ ନିଶ୍ଚିତ ଆଶୀର୍ବାଦ ମିଳିବି’।
ସୂଚନାଯୋଗ୍ୟ, ତେଜ୍ ପ୍ରତାପ ଯାଦବଙ୍କ ପ୍ରାର୍ଥୀ ଘୋଷଣା ହେବା ମାତ୍ରେ ସ୍ଥାନୀୟ ଏସପି ୟୁନିଟ ଏହାର ପ୍ରତିବାଦରେ ବାହାରିଥିଲେ । କେବଳ ଏତିକି ନୁହେଁ, କନୌଜର ସମାଜବାଦି ପାର୍ଟି ନେତାମାନେ ଅଖିଳେଶଙ୍କୁ ଭେଟି ସେମାନଙ୍କ ବିରୋଧ ପଞ୍ଜିକରଣ କରିଥିଲେ । ସ୍ଥାନୀୟ ଶ୍ରମିକ ଏବଂ ସ୍ଥାନୀୟ ୟୁନିଟ୍ ର ନିବେଶକୁ ଦୃଷ୍ଟିରେ ରଖି ଏସପି କନ୍ନୌଜରୁ ତେଜ ପ୍ରତାପଙ୍କ ସ୍ଥାନରେ ଅଖିଳେଶଙ୍କୁ ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ତେବେ କନ୍ନୌଜ ଆସନରୁ ଅଖିଳେଶ ଯାଦବ ପୂର୍ବରୁ ମଧ୍ୟ ସାଂସଦ ରହିସାରିଛନ୍ତି । ୨୦୧୨ରେ ସେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ୩ ଥର କନ୍ନୌଜର ସାଂସଦ ରହିଥିଲେ । ୨୦୦୦ ମସିହାରେ ସେ ପ୍ରଥମ କରି ଏହି ଆସନରୁ ସାଂସଦ ନିର୍ବାଚିତ ହୋଇଥିଲେ । ଏହାପରେ ଏହି ଆସନରୁ ସେ ଲଗାତାର ବିଜୟ ହାସଲ କରୁଥିଲେ ।
କନ୍ନୌଜ ଲୋକସଭା କ୍ଷେତ୍ରରେ ଅଖିଳେଶଙ୍କ ସହ ମୁହାଁମୁହିଁ ହେବେ ସୁବ୍ରତ ପାଠକ । ବର୍ତ୍ତମାନ ସାଂସଦ ଥିବା ସୁବ୍ରତ ପାଠକଙ୍କୁ ବିଜେପି ପୁଣିଥରେ ପ୍ରାର୍ଥୀ କରିଛି । ଯିଏକି ଅଖିଳେଶଙ୍କ ସ୍ତ୍ରୀ ଡିମ୍ପଲଙ୍କୁ ୨୦୧୯ ମସିହାରେ ହରାଇ ଏଠାକାର ସାଂସଦ ବନିଥିଲେ ।
Comments are closed.