Latest Odisha News

BREAKING NEWS

ବିଏସଏଫ ଯବାନଙ୍କ ସହ ନାଚିଲେ ଓ ଖେଳିଲେ ଅକ୍ଷୟ କୁମାର, ଦେଖନ୍ତୁ ଭିଡିଓ…

ଶ୍ରୀନଗର: ବଲିଉଡ ଅଭିନେତା ଅକ୍ଷୟ କୁମାର ଆଜି କାଶ୍ମୀରରେ ପହଞ୍ଚିବା ସହ ଭାରତୀୟ ସୈନିକମାନଙ୍କ ସହିତ ସମୟ ବିତାଇଥିବା ନଜର ଆସିଛି।

ଅକ୍ଷୟ କୁମାର ସୈନିକମାନଙ୍କ ସହ ନାଚୁଥିବା ଓ ଭଲିବଲ୍ ଖେଳୁଥିବାର ଏକ ଫଟୋ ସାମ୍ନାକୁ ଆସିଛି। ଏନେଇ ଏକ ଭିଡିଓ ସେୟାର ହୋଇଛି, ଯେଉଁଥିରେ ଅକ୍ଷୟ କୁମାର ବିଏସଏଫ ଯବାନ ଏବଂ ସ୍ଥାନୀୟ ଲୋକଙ୍କ ସହ ନଜର ଆସିଛନ୍ତି।

 

ସୂଚନା ଅନୁଯାୟୀ ଏଲଓସି ସଂଲଗ୍ନ ବନ୍ଦିପୋରା ଜିଲ୍ଲାର ଗୁରେଜ ସେକ୍ଟରରେ ପହଞ୍ଚିଥିଲେ। ଅକ୍ଷୟ କୁମାର ନେରୁ ଗ୍ରାମରେ ସ୍କୁଲ୍ ବିଲ୍ଡିଂ ନିର୍ମାଣ ପାଇଁ ୧ କୋଟି ଟଙ୍କା ଦାନ କରିଛନ୍ତି।

ତେବେ ଅଭିନେତାଙ୍କୁ ଦେଖିବା ପାଇଁ ବିଏସଏଫ ଯବାନଙ୍କ ମଧ୍ୟରେ ଉତ୍ସାହ ମଧ୍ୟ ଦେଖାଯାଇଥିଲା।

Comments are closed.