ନୂଆଦିଲ୍ଲୀ: ଅଭିନେତା ଅକ୍ଷୟ କୁମାରଙ୍କ ଆଗାମୀ ଚଳଚ୍ଚିତ୍ର ‘ବେଲ ବଟମ୍’କୁ ନେଇ ଜବରଦସ୍ତ ଗୁଜବ ଶୁଣିବାକୁ ମିଳୁଛି। ଫିଲ୍ମର ଅନେକ ପୋଷ୍ଟର ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଏବଂ ଏହି ଫିଲ୍ମ ପାଇଁ ଦର୍ଶକଙ୍କ ଉତ୍ସାହ ମଧ୍ୟ ବଡୁଥିବା ଦେଖିବାକୁ ମିଳିଛି। ନିକଟରେ ଖବର ଆସିଥିଲା ଯେ ଅଭିନେତ୍ରୀ ନୋରା ଫତେହି ମଧ୍ୟ ଏହି ଚଳଚ୍ଚିତ୍ର ସହିତ ଜଡିତ ଅଛନ୍ତି। ସେ ପ୍ରଥମ ଥର ପାଇଁ ଅକ୍ଷୟ କୁମାରଙ୍କ ସହ କାମ କରିବାକୁ ଯାଉଛନ୍ତି।
ଏବେ ଶୁଣିବାକୁ ମିଳୁଛି ଯେ ନୋରା ଏବେ ଅକ୍ଷୟଙ୍କ ସହ ଫିଲ୍ମ ବେଲ୍ ବଟନ୍ରେ ନଜର ଆସିବେ ନାହିଁ। ତେବେ ଏହି ଖବରକୁ ନେଇ ନୋରାଙ୍କ ମ୍ୟାନେଜର୍ ସମସ୍ତ ରିପୋର୍ଟକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ ଆମେ ଏହା ସ୍ପଷ୍ଟ କରିବାକୁ ଚାହୁଁଛୁ ଯେ ନୋରା ଫତେହି ‘ବେଲ୍ ବଟମ୍’ ଅଂଶ ନୁହଁନ୍ତି। ପ୍ରଚାର ହେଉଥିବା ସମସ୍ତ ଖବର ମିଥ୍ୟା ଏବଂ ସତ୍ୟହୀନ। ତେବେ ନୋରାଙ୍କ ମ୍ୟାନେଜରଙ୍କ ପକ୍ଷରୁ ଜାରି ବିବୃତ୍ତି ଅନେକ ପ୍ରଶଂସକଙ୍କୁ ନିରାଶ କରୁଥିବା ଦେଖିବାକୁ ମିଳୁଛି। ତେବେ କହିବାକୁ ଗଲେ ନୋରା ଖୁବ୍ ଅଳ୍ପ ସମୟ ମଧ୍ୟରେ ଲୋକପ୍ରିୟତା ହାସଲ କରିଛନ୍ତି। କିନ୍ତୁ ବୋଧହୁଏ ନୋରାଙ୍କ ପ୍ରଶଂସକଙ୍କୁ ଏଥିପାଇଁ ଅଧିକ ସମୟ ଅପେକ୍ଷା କରିବାକୁ ପଡିବ।
Comments are closed.