Latest Odisha News

BREAKING NEWS

ଲକଡାଉନ୍‌ ଦ୍ୱାରା ପ୍ରଭାବିତ ୩୬୦୦ ଡ୍ୟାନ୍ସରଙ୍କୁ ‌୧ ମାସର ରାସନ ଦେବେ ଅକ୍ଷୟ

ମୁମ୍ବାଇ: ମହାମାରୀ କାରଣରୁ ସଂଘର୍ଷ କରୁଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଅନେକ ସେଲିବ୍ରିଟି ଆଗେଇ ଆସିଛନ୍ତି। କୋଭିଡ-୧୯ ର ଦ୍ୱିତୀୟ ତରଙ୍ଗ ସହିତ ଭାରତ ମୁକାବିଲା କରୁଥିବାବେଳେ ବଲିଉଡ୍‌ ଅଭିନେତା ଅଭିନେତା ପୁଣି ଥରେ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି।

କେରିଓଗ୍ରାଫର୍‌ ଗଣେଶ ଆଚାର୍ଯ୍ୟ ଫାଉଣ୍ଡେସନ ମାଧ୍ୟମରେ କୋଭିଡ-୧୯ ଲକଡାଉନ୍ ଦ୍ୱାରା ପ୍ରଭାବିତ ହୋଇଥିବା ୩୬୦୦ ନୃତ୍ୟଶିଳ୍ପୀଙ୍କୁ ଅକ୍ଷୟ ଏକ ମାସର ରାସନ ପ୍ରଦାନ କରିବେ ବୋଲି ଜଣାପଡ଼ିଛି। ଫାଉଣ୍ଡେସନ ସହିତ ପଞ୍ଜୀକୃତ ନୃତ୍ୟଶିଳ୍ପୀଙ୍କୁ ଏକ ମାସର ରାସନ ଯୋଗାଇ ଦେବେ ଅକ୍ଷୟ କୁମାର।

Leave A Reply

Your email address will not be published.