Latest Odisha News

BREAKING NEWS

‘ତାରେ ଜମିନ୍ ପର୍’ କୁ ନେଇ ଅକ୍ଷୟ ଖାନ୍ନାଙ୍କ ବଡ଼ ଖୁଲାସା, ସେ ପାଇଥାନ୍ତେ ଏହି ଫିଲ୍ମ !

ମୁମ୍ବାଇ: ବଲିଉଡ଼ ଅଭିନେତା ଆମୀର ଖାନ ୨୦୦୭ ମସିହାରେ ଚଳଚ୍ଚିତ୍ର ‘ତାରେ ଜମିନ୍ ପର୍’ କୁ ନିର୍ଦ୍ଦେଶନା ଦେବା ସହ ଅଭିନେତା ମଧ୍ୟ ହୋଇଥିଲେ। ଏହି ଚଳଚ୍ଚିତ୍ରକୁ ଦର୍ଶକ ବେଶ ପସନ୍ଦ କରିଥିଲେ। ଏହା ସହିତ ଏହି ଚଳଚ୍ଚିତ୍ରଟି ଭାରତ ପକ୍ଷରୁ ଓସ୍କାରରେ ମନୋନୀତ ହୋଇଥିଲା। ବର୍ତ୍ତମାନ ଫିଲ୍ମ ବିଷୟରେ ଏକ ବଡ ଖୁଲାସା କରାଯାଉଛି। ଏହି ଚଳଚ୍ଚିତ୍ର ପାଇଁ ନିର୍ମାତା ଅମୋଲ ଗୁପ୍ତେ ଅକ୍ଷୟ ଖାନ୍ନାଙ୍କୁ ଚିତ୍ରାଙ୍କନ ଶିକ୍ଷକ ରାମ ଶଙ୍କର ନିକୁମ୍ବ ଭୂମିକାରେ କାଷ୍ଟ କରିବାକୁ ଚାହୁଁଥିଲେ।

BjdElectrycity

ଅକ୍ଷୟ ଖାନ୍ନା ନିକଟରେ ଏକ ସାକ୍ଷାତକାରରେ ଘୋଷଣା କରିଛନ୍ତି ଯେ ଗୁପ୍ତେ ତାଙ୍କୁ ପ୍ରଥମେ ‘ତାରେ ଜମିନ୍ ପର୍’ ପାଇଁ କାଷ୍ଟ କରିବାକୁ ଚାହୁଁଥିଲେ। କିନ୍ତୁ ଗୁପ୍ତେ ଅକ୍ଷୟ ଖାନ୍ନାଙ୍କୁ ଜାଣି ନଥିଲେ। ତେଣୁ ସେ ଆମୀରଙ୍କୁ ଅକ୍ଷୟଙ୍କ ଇଣ୍ଟ୍ରୋ ଦେବାକୁ କହିଥିଲେ। ସେପଟେ ଆମୀର ଖାନ ଏସମ୍ପର୍କରେ କହିଛନ୍ତି ଯେ ଅକ୍ଷୟଙ୍କୁ ଏହା କହିବା ପୂର୍ବରୁ ସେ ଥରେ ସ୍କ୍ରିପ୍ଟ ପଢିବାକୁ ଚାହୁଁଥିଲେ।

ଅକ୍ଷୟ କହିଛନ୍ତି ‘ଆମୀର ସେତେବେଳେ କହିଥିଲେ, ଯେପର୍ଯ୍ୟନ୍ତ ମୁଁ ସ୍କ୍ରିପ୍ଟ ପଢି ନାହିଁ ସେପର୍ଯ୍ୟନ୍ତ ମୁଁ ଏହି ଅଫର କାହାକୁ ଦେଇ ପାରିବି ନାହିଁ। ଯଦି ମୋତେ ଏହା ଭଲ ଲାଗେ, ତେବେ ମୁଁ ଅକ୍ଷୟଙ୍କୁ କହିବି। କିନ୍ତୁ ଆମୀରଙ୍କୁ ଏହି ସ୍କ୍ରିପ୍ଟ ଏତେ ପସନ୍ଦ ଆସିଥିଲା ଯେ ସେ ନିଜେ ଏହି ଭୂମିକା ଗ୍ରହଣ କରିଥିଲେ।’

ଏ ବିଷୟରେ ଅକ୍ଷୟ ଖାନ୍ନାଙ୍କର କୌଣସି ଅନୁତାପ ନଥିଲା। ଯେତେବେଳେ ଆମୀର ଅକ୍ଷୟ ଖାନ୍ନାଙ୍କୁ ଭେଟିଥିଲେ, ସେତେବେଳେ ସେ ତାଙ୍କୁ ଏହା ବିଷୟରେ କହିଥିଲେ। ଅକ୍ଷୟଙ୍କ ଅନୁଯାୟୀ ଆମୀର ଖାନ ଏହି ଭୂମିକାରେ ଯେଉଁ ପ୍ରକାର ଅଭିନୟ କରିଥିଲେ ସେପରି ଅକ୍ଷୟ କେବେ ମଧ୍ୟ ଅଭିନୟ କରିପାରିନଥାନ୍ତେ। ତେଣୁ ଆମୀରଙ୍କୁ ଏହି ଭୂମିକା ମିଳିଥିଲା ବୋଲି ସେ ଭଲ ପ୍ରଦର୍ଶନ କରିପାରିଥିଲେ ଏବଂ ଫିଲ୍ମଟି ହିଟ୍ ହୋଇଥିଲା।

ସୂଚନା ଥାଉକି ଯେ ଫିଲ୍ମ ‘ତାରେ ଜମିନ୍ ପର୍’ ଡିସ୍ଲେକ୍ସିଆରେ ପୀଡିତ ଇଶାନ ଅୱସ୍ତି ନାମକ ଏକ ଶିଶୁର ଜୀବନ ଉପରେ ଆଧାରିତ। ତାଙ୍କ ଶିକ୍ଷକଙ୍କ ସହିତ, ଇଶାନଙ୍କ ପିତାମାତା ମଧ୍ୟ ତାଙ୍କୁ ବୁଝ ପାରନ୍ତି ନାହିଁ ଏବଂ ତାଙ୍କୁ ସବୁବେଳେ ଗାଳି କରନ୍ତି। ରାମ ଲକ୍ଷ୍ମଣ ନିକୁମ୍ବ ଜଣେ ମାତ୍ର ଚିତ୍ରାଙ୍କନ ଶିକ୍ଷକ ଥିଲେ ଯିଏ ଇଶାନଙ୍କୁ ବୁଝି ପାରି ଶିକ୍ଷାଦାନ ଦାୟିତ୍ୱ ଗ୍ରହଣ କରିଥିଲେ।

Leave A Reply

Your email address will not be published.