Latest Odisha News

BREAKING NEWS

ବହୁ କଷ୍ଟରେ ମଦୁଆ କୁକୁର ହେଲା ନିଶା ମୁକ୍ତ

ଲଣ୍ଡନ: ବ୍ରିଟେନରେ ଏ ଭଳି ଏକ ଘଟଣା ସମ୍ମୁଖକୁ ଆସିଛି ଯାହା ସମସ୍ତଙ୍କୁ ଚକିତ କରିଛି । ପୋଷା କୁକୁର ପୁଣି ମଦ ପିଇ ମାତାଲ । ନ୍ୟୁଜୱିକରେ ପ୍ରକାଶିତ ଖବର ଅନୁସାରେ ମାଲିକର ମୃତ୍ୟୁ ପରେ କୋକୋ ନାମକ ଏକ କୁକୁରକୁ ଉଦ୍ଧାର କରାଯାଇଥିଲା । ଉଡସାଇଡ ଆନିମଲ ରେସକ୍ୟୁ ଟ୍ରଷ୍ଟ କୋକୋ ଆଣିବା ବେଳେ ତାର ଅବସ୍ଥା ଉଦବେଗଜନକ ଥିଲା । ପ୍ରାରମ୍ଭିକ ପର୍ଯ୍ୟାୟରେ ତାର ସ୍ୱାସ୍ଥ୍ୟାବସ୍ଥା ଡାକ୍ତରମାନେ ଆକଳନ କରିପାରୁ ନ ଥିଲେ । ତାର ହାବଭାବ ଓ ବ୍ୟବହାର ସମ୍ପୂର୍ଣ୍ଣ ଭିନ୍ନ ରହୁଥିଲ । । ଏପରିକି ସେ ଖାଦ୍ୟ ମଧ୍ୟ ଗ୍ରହଣ କରୁଥିଲା । ପରୀକ୍ଷା ପରେ ସେ ଆଲକହଲିକ ବୋଲି ଜଣା ପଡିଥିଲା । ଡାକ୍ତର ପ୍ରଥମେ ତାକୁ ୪ ସପ୍ତାହ ବେହୋଶ ରଖି ଚିକିତ୍ସା କରିଥିଲେ । ଧିରେ ଧିରେ କୋକୋ ସୁସ୍ଥ ହୋଇଥିଲା ।

ମଦ ନିଶାରୁ ସମ୍ପୂର୍ଣ୍ଣ ଭାବେ ମୁକୁଳିବା ପରେ ସେ ଏବେ ଅନ୍ୟ କୁକୁର ପରି ଚଳୁଛି । କୋକୋର ମାଲିକ ସର୍ବଦା ମଦ୍ୟପାନ କରିଥାନ୍ତି । ସେ ଶୋଇବା ପରେ ବୋତଲ ଓ ଗ୍ଲାସରେ ଲାଗିଥିବା ମଦକୁ କୋକୋ ଚାଟିଥାଏ । ଧିରେ ଧିରେ ଏହା ତାର ଏକ ନିଶାରେ ପରିଣତ ହୋଇଗଲା । ପରିସ୍ଥିତି ଏପରି ହେଲା ଯେ, ତାକୁ ମଦ ନ ଦେଲେ ସେ ରଖେଇ ଥୋ ଦେଉ ନ ଥିଲ । ଏହି ଘଟଣା ଏବେ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚିତ ହୋଇ ଉଠିଛି ।

Leave A Reply

Your email address will not be published.