Latest Odisha News

BREAKING NEWS

ଦେଶରେ କରୋନା ସକ୍ରିୟ ସଂଖ୍ୟା ୩୭,୦୯୩କୁ ବୃଦ୍ଧି; ଦିନକରେ ଗଲା ୨୧ ଜୀବନ

ନୂଆଦିଲ୍ଲୀ: ଭାରତରେ ଗତ ୩ ଦିନ ହେବା ଦୈନିକ ସଂକ୍ରମଣ ୫ ହଜାର ତଳକୁ ରହୁଛି। ଗତ ୨୪ ଘଣ୍ଟାରେ ଦେଶରେ ୫୬୭୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ଦେଶରେ କରୋନା ସକ୍ରିୟ ସଂଖ୍ୟା ବଢି ୩୭,୦୯୩ ହୋଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ମଙ୍ଗଳବାର ଦେଶରେ ଦାନିକ ସଂକ୍ରମଣ ହାର ୨.୮୮ ପ୍ରତିଶତ ରହିଥିବା ବେଳେ ସାପ୍ତାହିକ ସଂକ୍ରମଣ ହାର ୩.୧୮ ପ୍ରତିଶତ ରହିଛି।

ସେହିପରି ଦିନକରେ ୨୧ ଜଣଙ୍କର ଜୀବନ ନେଇଛି ମହାମାରୀ। ଫଳରେ ମୋଟ ମୃତ୍ୟୁ ସଂଖ୍ୟା ୫,୩୧୦୦୦କୁ ବୃଦ୍ଧି ହୋଇଛି। ଦିଲ୍ଲୀ, ପଞ୍ଜାବ, ରାଜସ୍ଥାନରୁ ୩ ଜଣ ଲେଖାଏ ରୋଗୀଙ୍କର ମୃତ୍ୟୁ ହୋଇଥିବା ବେଳେ କର୍ଣ୍ଣଟାକ, ଗୁଜରାଟ, ହରିଆଣା, ମହାରାଷ୍ଟ୍ର ଓ ତାମିଲନାଡୁରୁ  ୨ ଜଣ ଲେଖାଏଁ ରୋଗୀଙ୍କର ମୃତ୍ୟୁ ହୋଇଛି। କେରଳରେ ପୁନଃ ଗଣାରେ ଆଉ ୬ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ବଢ଼ୁଥିବା କରୋନା ସଂକ୍ରମଣକୁ ଦେଖି କେତେକ ରାଜ୍ୟରେ କଡ଼ା ନିୟମ ଲାଗୁ କରିଛନ୍ତି। ମହାରାଷ୍ଟ୍ରର ବିଏମ୍‌ସି ଡାକ୍ତରଖାନାଗୁଡ଼ିକରେ ମାସ୍କ ବିଧ୍ୟତାମୁଳକ କରାଯାଇଥିବା ବେଳେ କେରଳର ସମସ୍ତ ଡାକ୍ତରଖାନାର ମାସ୍କ ବାଧ୍ୟାତମୁଳକ କରାଯାଇଛି। ସେହିପରି ଉତ୍ତର ପ୍ରଦେଶରେ ସମସ୍ତ ବିଦେଶ ଫେରାନ୍ତାଙ୍କ ପାଇଁ ଟେଷ୍ଟିଂ ବାଧ୍ୟତାମୁଳକ କରାଯାଇଛି।

Leave A Reply

Your email address will not be published.