Latest Odisha News

BREAKING NEWS

ସାନିଟାଇଜ୍‌ ହେଲା ଆଲିଆଙ୍କ ଘର

ନୂଆଦିଲ୍ଲୀ: ବିଏମସି ବର୍ତ୍ତମାନ ଆଲିଆ ଭଟ୍ଟଙ୍କ ପୂରା ବିଲ୍ଡିଂକୁ ସାନିଟାଇଜ୍‌ କରିଥିବା ସୂଚନା ମିଳିଛି। କରଣ ଜୋହରଙ୍କ ରାତ୍ରି ଭୋଜନରେ ସାମିଲ ହୋଇଥିବା ଅଭିନେତ୍ରୀ କରୀନା କପୁର, ଅମୃତା ଆରୋରା, ସୀମା ଖାନ ଏବଂ ମହିପ କପୁରଙ୍କ ସମେତ ଆଲିଆ ଭଟ୍ଟ ମଧ୍ୟ ସାମିଲ୍‌ ଥିଲେ। କିନ୍ତୁ ଆଲିଆଙ୍କ ରିପୋର୍ଟ ନେଗେଟିଭ ଆସିଥିଲା।

ଗୁରୁବାର ଦିନ ବିଏମସି ଟିମ୍ ସଞ୍ଜୟ କପୁରଙ୍କ ଘରକୁ ସାନିଟାଇଜ୍ କରିଥିଲେ। ସଞ୍ଜୟ କପୁରଙ୍କ ପତ୍ନୀ ମହିପ କପୁର କରୋନା ପଜିଟିଭ ଚିହ୍ନଟ ହେବା ପରେ ଝିଅ ଶନୟା କପୁର ମଧ୍ୟ ପଜିଟିଭ ଚିହ୍ନଟ ହୋଇଥିଲେ।

ଆଲିଆ ଭଟ୍ଟ କରଣ ଜୋହରଙ୍କ ଘର ଡିନର୍‌ ପାର୍ଟୀରେ ଯୋଗ ଦେଇଥିଲେ ଯେଉଁଥିପାଇଁ ଅନ୍ୟମାନଙ୍କ ଭଳି କରୋନା ସଂକ୍ରମଣର ବିପଦ ରହିଥିବାରୁ ତାଙ୍କ ପୂରା ବିଲ୍ଡିଂକୁ ସାନିଟାଇଜ୍‌ କରାଯାଇଥିବା ଜଣାପଡ଼ିଛି। ତେବେ ଆଲିଆଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଥିବା ଜଣାପଡ଼ିଛି।

Comments are closed.