Latest Odisha News

BREAKING NEWS

କାବୁଲ ପହଞ୍ଚିଲେ ତାଲିବାନ ସହ-ପ୍ରତିଷ୍ଠାତା ବରାଦର

କାବୁଲ: ଆଫଗାନିସ୍ତାନରେ ଚାଲିବା ତାଲିବାନ ରାଜ । କାବୁଲ ଦଖଲ ପରେ ତାଲିବାନୀ ସରକାର ଗଠନ କସରତ ଆରମ୍ଭ କରିଛନ୍ତି । କାତାରରୁ ଆସି କାନ୍ଦାହାରରେ ପହଞ୍ଚିଥିବା ତାଲିବାନ ସହ-ପ୍ରତିଷ୍ଠାତା ମୁଲ୍ଲା ଅବଦୁଲ ଘନି ବରାଦର ଏବେ କାବୁଲରେ ପହଞ୍ଚିଛନ୍ତି । ତାଲିବାନ ସରକାର ଗଠନ ନେଇ ସେ ଜିହାଦୀ ଲିଡର ଓ ଆଫଗାନିସ୍ତାନର ରାଜନେତାଙ୍କୁ ଭେଟି ଆଲୋଚନା କରିବେ । ସେ ଆଫଗାନିସ୍ତାନରେ ତାଲିବାନ ସରକାରରେ ରାଷ୍ଟ୍ରପତି ହୋଇପାରନ୍ତି ।

ବରାଦର ହେଉଛନ୍ତି ତାଲିବାନଙ୍କ ସହ-ପ୍ରତିଷ୍ଠାତା ତଥା ନମ୍ବର ଟୁ ଲିଡର । ୨୦୧୦ ମସିହାରେ ସେ ପାକିସ୍ତାନରୁ ଗିରଫ ହୋଇଥିଲେ । ୨୦୧୮ରେ ଖଲାସ ହେବା ପରେ କାତାରରେ ରହୁଥିଲେ । ଦୋହାରେ ଥିବା ତାଲିବାନଙ୍କ ରାଜନୈତିକ ବ୍ୟାପାର ମୁଖ୍ୟ ନିଯୁକ୍ତ ହୋଇଥିଲେ ବରାଦର । ତାଲିବାନୀ କାବୁଲ ଦଖଲ କରିବା ଓ ରାଷ୍ଟ୍ରପତି ଅଶ୍ରଫ ଘନି ଦେଶା ଛାଡ଼ି ପାଳଇବା ପରେ ଗତ ମଙ୍ଗଳବାର କାତାରୁ ଆସି କାନ୍ଦାହାରରେ ପହଞ୍ଚିଥିଲେ ବରାଦର ।

ସେପଟେ ଆତଙ୍କବାଦୀ ସଂଗଠନ ହକ୍କାନୀ ନେଟଓ୍ୱାର୍କ ଆଫଗାନିସ୍ତାନରେ ସରକାର ଗଠନ ନେଇ ବିଚାରବିମର୍ଶ ଜାରି ରଖିଛି । ପୂର୍ବରୁ ତାଲିବାନର ଟପ୍ ଲିଡର୍ ପୂର୍ବତନ ରାଷ୍ଟ୍ରପତି ହମିଦ କର୍ଜାଇ ଓ ଅଶ୍ରଫ ଘନି ସରକାରରେ ଥିବା ବରିଷ୍ଠ ଅଧିକାରୀ ଅବଦୁଲ୍ଲା ଅବଦୁଲ୍ଲାଙ୍କୁ ଦୁଇ ଦୁଇ ଥର ଭେଟି ଆଲୋଚନା କରିଛନ୍ତି । ଏବେ କାବୁଲରେ ପାଦ ଥାପିଛନ୍ତି ତାଲିବନ ସହ-ପ୍ରତିଷ୍ଠାତା ।

Leave A Reply

Your email address will not be published.