Latest Odisha News

BREAKING NEWS

ତେଜସ ଫିଲ୍ମର ଦ୍ୱିତୀୟ ପର୍ଯ୍ୟାୟ ଶୁଟିଂ ଆରମ୍ଭ, କଙ୍ଗନାଙ୍କ ପାଇଲଟ ଲୁକ ପାଗଳ କରୁଛି ପ୍ରଶଂସକଙ୍କୁ

ମୁମ୍ବାଇ: କୁଇନ କଙ୍ଗନା ରାନାୱତ ତେଜସ ଫିଲ୍ମର ଦ୍ୱିତୀୟ ପର୍ଯ୍ୟାୟ ଶୁଟିଂ ଆରମ୍ଭ କରି ଦେଇଛନ୍ତି । ବୁଡାପେଷ୍ଟରେ ଧାକଡ ଫିଲ୍ମର ଶୁଟିଂ ସାରି ଭାରତ ଫେରିବା ପରେ ଏବେ ତେଜସରେ ମନ ଦେଇଛନ୍ତି । ପାଇଲଟ ଲୁକରେ କଙ୍ଗନା ପ୍ରଶଂସକଙ୍କୁ ପାଗଳ କରିଛନ୍ତି କହିଲେ ଭୁଲ ହେବନି । ନିର୍ଦ୍ଦେଶକ ସର୍ବେଶ ମେୱାରାଙ୍କ ସହ ସେ ନେଇ ଏକ ଫଟୋ ମଧ୍ୟ ଶେୟାର କରିଛନ୍ତି ।

ଭାରତର ବିଭିନ୍ନ ସ୍ଥାନରେ ଏହି ଫିଲ୍ମର ଶୁଟଂ କରାଯିବ । ପୂର୍ବରୁ ଦିଲ୍ଲୀ, ମୁମ୍ବାଇ ଓ ରାଜସ୍ଥାନ ଏହାର ଶୁଟିଂ କରାଯାଇଥିଲା । ସୂଚନାଯୋଗ୍ୟ, ଉରୀ ଦି ସର୍ଜିକାଲ ଷ୍ଟ୍ରାଇକରର ମେକର୍ସ ଏହାକୁ ପ୍ରଡ୍ୟୁସ କରୁଛନ୍ତି । ଉପରୋକ୍ତ ଫିଲ୍ମଗୁଡିକ ବ୍ୟତୀତ କଙ୍ଗନା ଏବେ ଥାଲାଇଭି, ମଣିକର୍ଣ୍ଣିକା ରିଟର୍ଣ୍ଣସ ଓ ଏର୍ମଜେନ୍ସି ଶୁଟିଂରେ ବ୍ୟସ୍ତ ଅଛନ୍ତି ।

Leave A Reply

Your email address will not be published.