Latest Odisha News

ଆସନ୍ତା ସୋମବାର ବନ୍ଦ ରହିବ ରାଜ୍ୟର ସମସ୍ତ ବ୍ୟାଙ୍କ

ଭୁବନେଶ୍ବର: ଆସନ୍ତା ୯ ତାରିଖ ସୋମବାର ଦିନ ରାଜ୍ୟରେ ବନ୍ଦ ରହିବ ସମସ୍ତ ବ୍ୟାଙ୍କ । ନୂଆଁଖାଇ ପାଇଁ ୯ ତାରିଖ ଛୁଟିଥିବାରୁ ବନ୍ଦ ରହିବ ବ୍ୟାଙ୍କ । ଏହି ଦିନ ସମସ୍ତ ବ୍ୟାଙ୍କ ଓ ଅନ୍ୟାନ୍ୟ ବ୍ୟାଙ୍କିଂ ସଂସ୍ଥା ବନ୍ଦ ରହିବ ।

ପଶ୍ଚିମ ଓଡ଼ିଶା ଗଣପର୍ବ ନୂଆଁଖାଇ ହୋଇଥିବାରୁ ଏହି ପର୍ବକୁ ପାଳନ ପାଇଁ ରାଜ୍ୟ ସରକାର ଏହି ଦିନକୁ ଛୁଟି ଘୋଷଣା କରିଛନ୍ତି । ଏଥର ନୂଆଁଖାଇ ୮ ତାରିଖ ଅର୍ଥାତ୍‌ ରବିବାର ପଡୁଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସୋମବାର କୁ ନୂଆଁଖାଇ ଛୁଟି ଘୋଷଣା କରିଛନ୍ତି ।

ଏହା ପୂର୍ବରୁ ମୋହନ ସରକାର ନୂଆଁଖାଇ ପାଇଁ ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟଗୁଡିକ ଛୁଟି ଘୋଷଣା କରିଥିଲେ ।

 

Comments are closed.