Latest Odisha News

BREAKING NEWS

ଗଞ୍ଜାମ ଦେଲା ଖୁସି ଖବର: ଦିନକରେ ୩୫୯୭ କୋଭିଡ୍ ଟେଷ୍ଟ, ସବୁ ରିପୋର୍ଟ ନେଗେଟିଭ୍

ବ୍ରହ୍ମପୁର: ହାରୁଛି କରୋନା, ଜିତିଛି ଗଞ୍ଜାମ ଜିଲ୍ଲା । କରୋନା ଲଢ଼େଇ ଭିତରେ ଖୁସି ଖବର ସାମନାକୁ ଆସିଛି । ଆଜି ଗଞ୍ଜାମରେ ସବୁ କରୋନା ରିପୋର୍ଟ ଆସିଛି ନେଗେଟିଭ୍‌ । ୩୫୯୭ଟି ରାପିଡ୍‌ ଆଣ୍ଟିଜେନ୍‌ ଟେଷ୍ଟ ହୋଇଥିଲା । ସେଥିରୁ ଜଣଙ୍କଠାରେ ମଧ୍ୟ ପଜିଟିଭ ବାହାରି ନାହିଁ । ଏନେଇ ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ।

ପ୍ରଥମଥର ପାଇଁ ଗଞ୍ଜାମରେ ରାପିଡ୍‌ ଆଣ୍ଟିଜେନ୍‌ ଟେଷ୍ଟରେ ସବୁ ରିପୋର୍ଟ ନେଗେଟିଭ୍‌ ଆସିଛି । ଫଳରେ ଜିଲ୍ଲାରେ ଦୈନିକ ପଜିଟିଭ ସଂଖ୍ୟା ଆଜି ଶୂନ ହୋଇ ଯାଇଛି । ଏହା କରୋନା ଯୋଦ୍ଧାଙ୍କ ଯୋଗୁ ସମ୍ଭବ ହୋଇପାରିଛି ବୋଲି ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ଗଞ୍ଜାମ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ ୫ ଲକ୍ଷ ୭୭ ହଜାର ୭୧୦ ରାପିଡ ଆଣ୍ଟିଜେନ ଟେଷ୍ଟ କରାଯାଇଛି ।

Leave A Reply

Your email address will not be published.