Latest Odisha News

BREAKING NEWS

ୟୁକ୍ରେନ ରାଷ୍ଟ୍ରପତି କରୋନା ସଂକ୍ରମିତ

ୟୁକ୍ରେନ ରାଷ୍ଟ୍ରପତି ଭୋଲଡିମୀର ଜେଲେନସ୍କୀଙ୍କୁ କରୋନା । ତାଙ୍କର ରିପୋର୍ଟ ପଜିଟିଭ୍ ଆସିଛି । ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି । ସେ ଲେଖିଛନ୍ତି, ସମସ୍ତ କ୍ୱାରେଣ୍ଚାଇନ ସତର୍କତା ସତ୍ତ୍ୱେ ସେ ସଂକ୍ରମିତ ହୋଇଛନ୍ତି ।

ୟୁକ୍ରେନ ରାଷ୍ଟ୍ରପତି ଲେଖିଛନ୍ତି, ଏମିତି କେହି ଭାଗ୍ୟବାନ ନୁହନ୍ତି ଯାହାଙ୍କ ପ୍ରତି କରୋନା ବିପଦ ନାହିଁ । କ୍ୱାରେଣ୍ଟାଇନ୍ ସତର୍କତା ସତ୍ତ୍ୱେ କୋଭିଡ୍ ରିପୋର୍ଟ ପଜିଟିଭ୍ ବାହାରିଛି । ସେ ଏବେ ସୁସ୍ଥ ଅଛନ୍ତି ଓ ଭିଟାମିନ୍ ଖାଉଛନ୍ତି । ଆଇସୋଲେସନରେ ଥିଲେ ବି କାମ କରିବେ ବୋଲି କହିଛନ୍ତି ଜେଲେନସ୍କୀ ।

ବର୍ତ୍ତମାନ ସୁଦ୍ଧା ୟୁକ୍ରେନରେ ୪ ଲକ୍ଷ ୬୯ ହଜାର କରୋନା ସଂକ୍ରମିତ ହୋଇଛନ୍ତି । ୨ ଲକ୍ଷ ୯ ହଜାର ଆକ୍ରାନ୍ତ ସୁସ୍ଥ ହେଲେଣି । କରୋନାରେ ୮ ହଜାରରୁ ଅଧିକ ମୃତ୍ୟୁବରଣ କଲେଣି ।

Leave A Reply

Your email address will not be published.