Latest Odisha News

BREAKING NEWS

ବିଧାନସଭା ଷ୍ଟାଣ୍ଡିଂ କମିଟିର ସବୁ ସଦସ୍ୟ କରୋନା ନେଗେଟିଭ୍‌

ଭୁବନେଶ୍ୱର: ବିଧାନସଭା ଷ୍ଟାଣ୍ଡିଂ କମିଟିର ସବୁ ସଦସ୍ୟଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିଛି । କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର ସୂଚନା ଦେଇଛନ୍ତି ଯେ, ପରୀକ୍ଷା କରାଯାଇଥିବା ସମସ୍ତ ବିଧାୟକଙ୍କ ନମୁନା ରିପୋର୍ଟ ନେଗେଟିଭ୍ ରହିଛି ।

ଜୁଲାଇ ୨ ତାରିଖରେ ବିଧାନସଭାରେ ପଂଚାୟତିରାଜ ଓ ପାନୀୟ ଜଳ ଯୋଗାଣର ଷ୍ଟାଣ୍ଡିଂ କମିଟି ବୈଠକ ବସିଥିଲା । ବୈଠକରେ ନୀଳଗିରି ବିଧାୟକ ଓ ସାଲେପୁର ବିଧାୟକ ଯୋଗ ଦେଇଥିଲେ । ପରେ ଉଭୟ ବିଧାୟକ କରୋନାରେ ଆକ୍ରାନ୍ତ ଥିବା ଜଣାପଡିଥିଲା ।

ଦୁଇ ବିଧାୟକଙ୍କ ରିପୋର୍ଟ ପଜିଟିଭ୍ ଆସିବା ପରେ ବୈଠକରେ ସାମିଲ ହୋଇଥିବା ଷ୍ଟାଣ୍ଡିଂ କମିଟିର ସମସ୍ତ ବିଧାୟକ ଗୃହ ସଙ୍ଗରୋଧରେ ଥିଲେ । ଏପରିକି ସମସ୍ତଙ୍କ ନମୁନା ପରୀକ୍ଷା କରାଯାଇଥିଲା । ଆଜି ସମସ୍ତଙ୍କ ରିପୋର୍ଟ ନେଗେଟିଭ୍ ଆସିଛି । ଏହାପରେ ସମସ୍ତ ବିଧାୟକ ଆଶ୍ୱସ୍ତ ହୋଇଛନ୍ତି ।

Leave A Reply

Your email address will not be published.