Latest Odisha News

ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ପତ୍ନୀ ବିଦ୍ୟାଶ୍ରୀଙ୍କୁ ଜେରା କରିପାରେ ଜିଆରପି

ଭୁବନେଶ୍ୱର: ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ଆଜି ପିପୁଲ ଫର ସେବା ସଂସ୍ଥାର ଦୁଇ କର୍ମଚାରୀ ଦୀପକ ଓ ସୌମ୍ୟଙ୍କୁ ଜେରା କରିଛି ଜିଆରପି । ସଂସ୍ଥାର ବିଭିନ୍ନ ଆର୍ଥିକ ଦିଗକୁ ନେଇ ଜିଆରପି ଉଭୟଙ୍କୁ ପଚରାଉଚରା କରିଛି । ମାମଲାରେ ଏହାପୂର୍ବରୁ ୨୦ରୁ ଅଧିକ ଲୋକଙ୍କୁ ଜେରା କରାଯାଇ ସାରିଛି । ଏମାନଙ୍କ ମଧ୍ୟରେ ରହିଛନ୍ତି ଆଦିତ୍ୟଙ୍କ ବନ୍ଧୁ ଏବଂ ସଂସ୍ଥାର ସଦସ୍ୟ ବିକାଶ, ପପୁ ଏବଂ ପ୍ରୀତମ ।

ତେବେ ବଡ କଥା ହେଉଛି ଯେ, ପୁରା ମାମଲାରେ ଜିଆରପି ଏବେ ଆଦିତ୍ୟଙ୍କ ପତ୍ନୀଙ୍କ ଭୂମିକା ମଧ୍ୟ ଜାଣିବାକୁ ଚାହୁଁଛି । ତେଣୁ ଆବଶ୍ୟକ ପଡିଲେ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କୁ ମଧ୍ୟ ଜେରା କରାଯିବ । ମିଳିଥିବା ସୂଚନା ଅନୁସାରେ, ଆସନ୍ତାକାଲି ବିଦ୍ୟାଶ୍ରୀଙ୍କୁ ଡାକି ପଚରାଉଚରା କରିପାରେ ଜିଆରପି । ଆଦିତ୍ୟଙ୍କ ପତ୍ନୀ ଏବଂ ତାଙ୍କ ବନ୍ଧୁ ପରସ୍ପର ଉପରେ ଦୋଷ ଦେବାରେ ଲାଗିଥିବାରୁ ଜିଆରପି ପୋଲିସ ସନ୍ଦେହ ଘେରକୁ ଆସିଛନ୍ତି ।

Leave A Reply

Your email address will not be published.