Latest Odisha News

ନିର୍ଦ୍ଧାରିତ ତାରିଖରେ ଉତ୍ତରପ୍ରଦେଶରେ ହେବ ନିର୍ବାଚନ

ଉତ୍ତରପ୍ରଦେଶ : ନିର୍ଦ୍ଧାରିତ ତାରିଖରେ ଉତ୍ତରପ୍ରଦେଶରେ ହେବ ବିଧାନସଭା ନିର୍ବାଚନ । ସଠିକ୍ ସମୟରେ ନିର୍ବାଚନ କରିବା ନେଇ ରାଜ୍ୟର ସମସ୍ତ ରାଜନୈତିକ ଦଳ ସହମତ ଅଛନ୍ତି । ଏନେଇ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ରା । ଉପଯୁକ୍ତ ତାରିଖରେ ନିର୍ବାଚନ କରିବାକୁ ପ୍ରାୟ ସମସ୍ତ ଦଳ ସପକ୍ଷରେ ଅଛନ୍ତି ବୋଲି କହିଛନ୍ତି ନିା୍ବଚନ କମିଶନର । ଏଥର କରୋନା କଟକଣା ଭିତରେ ନିର୍ବାଚନ କରାଯିବ ।

ଉତ୍ତରପ୍ରଦେଶରେ ୧୧ ହଜାରରୁ ଅଧିକ ପୋଲିଂ ବୁଥରେ ନିର୍ବାଚନ କରାଯିବ । ରାଜ୍ୟରେ ୫୨ ଲକ୍ଷ ୮୦ ହଜାର ନୂଆ ଭୋଟର ଯୋଡ଼ି ହୋଇଥିବା ବେଳେ, ପ୍ରତି ବୁଥ୍ ଲାଗି ଭୋଟରଙ୍କ ସଂଖ୍ୟା ହ୍ରାସ କରାଯାଇଛି । ୧୨୦୦ ଭୋଟରଙ୍କ ଲାଗି ଗୋଟିଏ ବୁଥ୍ ଗଠନ ହେବ । କୋଭିଡ ସଂକ୍ରମିତ ଘରେ ରହି ଭୋଟ ଦେବାର ବ୍ୟବସ୍ଥା କରାଯାଇଛି । ସେହିପରି ୮୦ ବର୍ଷରୁ ଅଧିକ ବୟସ୍କ ଘରେ ରହି ଭୋଟ ଦେବା ବ୍ୟବସ୍ଥା ମଧ୍ୟ କରାଯାଇଛି । ସମ୍ପୂର୍ଣ୍ଣ ଡୋଜ ନେଇଥିବା କର୍ମଚାରୀ ପୋଲିଂ ଟିମରେ ସାମିଲ ହେବେ । ନିର୍ବାଚନ ହେବାକୁ ଥିବାରୁ ରାଜ୍ୟରେ ଟିକାକରଣକୁ ଗୁରୁତ୍ବ ଦିଆଯିବ । ଆସନ୍ତା ଜାନୁଆରୀ ୫ ତାରିଖରେ ପ୍ରକାଶିତ ହେବ ଚୂଡାନ୍ତ ଭୋଟର ତାଲିକା । ସକାଳ ୮ଟାରୁ ସନ୍ଧ୍ୟା ୬ଟା ଯାଏ ଭୋଟ ଗ୍ରହଣ କରାଯିବ ବୋଲି କହିଛନ୍ତି ନିର୍ବାଚନ କମିଶନର ।

Comments are closed.