ନୂଆଦିଲ୍ଲୀ: ଭାରତ ଚୀନ୍ ସୀମା ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଆରମ୍ଭ ହୋଇଯାଇଛି । ବୈଠକରେ । ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥିତ ଅଛନ୍ତି ।
ବୈଠକ ଆରମ୍ଭରେ ଚୀନ ସୀମାରେ ସହିଦ ହୋଇଥିବା ବୀର ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଆଜିର ଏହି ବୈଠକକୁ ମୁଖ୍ୟ ରାଷ୍ଟ୍ରୀୟ ରାଜନୈତିକ ଦଳ, ଲୋକସଭାରେ ୫ ସାଂସଦ ଥିବା ଦଳ, ନର୍ଥ ଇଷ୍ଟର ମୁଖ୍ୟ ଦଳ ଓ କେନ୍ଦ୍ରୀୟ କ୍ୟାବିନେଟରେ ସାମିଲ ଥିବା ଦଳ ଗୁଡ଼ିକୁ ନିମନ୍ତ୍ରଣ କରାଯାଇଛି ।
ଆଜିର ଏହି ବୈଠକରେ ସୋନିଆ ଗାନ୍ଧି, ଏମକେ ଷ୍ଟାଲିନ, ଚନ୍ଦ୍ରବାବୁ ନାୟିଡୁ, ଜଗନ ରେଡ୍ଡୀ, ଶରଦ ପାୱାର, ନବୀନ ପଟ୍ଟନାୟକ, ନିତିଶ କୁମାର, ଡି ରାଜା, ସୀତାରାମ ୟେଚୁରୀ, ଚନ୍ଦ୍ରଶେଖର ରାଓ, ମମତା ବାନାର୍ଜୀ, ସୁଖବୀର ବାଦଲ, ଚିରାଗ ପାଶୱାନ, ଉଦ୍ଧବ ଠାକରେ, ଅଖିଳେଶ ଯାଦବ, ହେମନ୍ତ ସୋରେନ, ମାୟାବତୀ ଓ ବିଜେଡି ପକ୍ଷରୁ ପିନାକୀ ମଶ୍ର ସାମିଲ ହୋଇଛନ୍ତି ।
ତେବେ ଏହି ବୈଠକରେ ଦିଲ୍ଳୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଦଳ ଆମ ଆଦମୀ ପାର୍ଟିକୁ ଡକାଯାଇନଥିବା ଜଣାପଡିଛି । ଏହାକୁ ନେଇ ଆପ୍ ଅସନ୍ତୋଷ ବ୍ୟକ୍ତ କରିଛି ।
Comments are closed.