Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ସଂସ୍କୃତିକୁ ଅସମ୍ମାନ ପ୍ରତିବାଦରେ ବିଜେଡିର ବିକ୍ଷୋଭ ପ୍ରଦର୍ଶନ

ଭୁବନେଶ୍ୱର : ମହାପ୍ରଭୁ ଜଗନ୍ନାଥଙ୍କ ନାଁ କୁ ବିଜେପି ପକ୍ଷରୁ ଭୁଲ ଲେଖାଯିବାକୁ ବିରୋଧ କରିଛି ବିଜେଡି । ଏନେଇ ମାଷ୍ଟର କ୍ୟାଣ୍ଟିନ ଛକ ନିକଟରେ ବିଜୁ ଜନତା ଦଳ ପକ୍ଷରୁ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଙ୍କ କୁଶ ପୁତ୍ତଳିକା ଦାହ କରାଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିଜେପି ଓଡିଆ ମାନଙ୍କ ଭାବ ବେଗକୁ କଠୋର ଆଘାତ ଦେଇଛି ବୋଲି ବିଜେଡି ଅଭିଯୋଗ ଆଣିଛି।

ଓଡ଼ିଶାକୁ ପର୍ଯ୍ୟଟକ ଭାବେ ଆସି ରାଜନୀତି ବନ୍ଦ କରନ୍ତୁ ସମ୍ବିତ ପାତ୍ର । ନଚେତ୍ ଓଡ଼ିଶାକୁ ପୁରାଇ ଦିଆଯିବା ନାହିଁ ବିଜୁ ଛାତ୍ର ଜନତା ଦଳ ଚେତାବନୀ ଦେଇଛି। ପ୍ରତିବାଦ ସଭାରେ ବିଜେଡି ଯୁବ ଓ ଛାତ୍ର ବ୍ୟାପାର ସାଧାରଣ ସମ୍ପାଦକ ପ୍ରଣବ ବଳବନ୍ତରାୟ ଓ ବିଜୁ ଛାତ୍ର ଜନତା ଦଳ ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ, ବିଜୁ ଜନତା ଦଳର ପ୍ରମୁଖ ନେତାମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.