Latest Odisha News

BREAKING NEWS

ସୋମବାର ପବିତ୍ର ଦେବସ୍ନାନ ପୂର୍ଣ୍ଣିମା; ପୁରୀ ମହାନଗର ନିଗମରେ ବନ୍ଦ ରହିବ ସମସ୍ତ ସ୍କୁଲ

ପୁରୀ: ରାତି ପାହିଲେ ଦେବସ୍ନାନ ପୂର୍ଣ୍ଣିମା । ଆସନ୍ତାକାଲି ଅର୍ଥାତ୍ ସୋମବାର ପୁରୀ ମହାନଗର ନିଗମରେ ବନ୍ଦ ରହିବ ସମସ୍ତ ସ୍କୁଲ । ଏହି ସମୟରେ ଭିଡ଼କୁ ନଜରକୁ ରଖି ବନ୍ଦ ରହିବ ସମସ୍ତ ସ୍କୁଲ୍ । ଏନେଇ ପୁରୀ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ଶିଶୁ ବାଟିକାଠାରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ସ୍କୁଲ୍‌ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ସରକାରୀ, ବେସରକାରୀ, ଇଂଲଶ ମିଡିୟମ ସ୍କୁଲ ବନ୍ଦ ରହିବ । ଗୋରୁଆଲସ୍ଥିତ ମଦର୍ସ ପବ୍ଲିକ ସ୍କୁଲ, ମାଳତିପାଟପୁରସ୍ଥିତ ପ୍ରଭୁଶ୍ରୀ ଇଂଲିଶ ମିଡିୟମ ସ୍କୁଲ ଏବଂ ପୁରୀ ସଦର ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ମଧ୍ୟ ବନ୍ଦ ରହିବ ।

ସ୍ନାନଯାତ୍ରା ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ପାଳନ କରାଯାଏ । ଏହି ଦିନ ଶ୍ରୀମନ୍ଦିରର ସ୍ନାନ ମଣ୍ଡପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପାରମ୍ପରିକ ରୀତିରେ ୧୦୮ କଳସୀ ଜଳରେ ସ୍ନାନ କରାଯାଏ ।

Leave A Reply

Your email address will not be published.