Latest Odisha News

BREAKING NEWS

ଫିଫା ବିଶ୍ୱକପ ୨୦୨୬: ବିଦା ହେଲେ ସମସ୍ତ ଆୟୋଜକ ଦେଶ

ନୂଆଦିଲ୍ଳୀ: ଫିଫା ବିଶ୍ୱକପ ୨୦୨୬ରୁ ସମସ୍ତ ଆୟୋଜକ ଦେଶ ବିଦାୟ ନେଇଛନ୍ତି । ପ୍ରିକ୍ୱାର୍ଟର ଫାଇନାଲରେ ଆମେରିକା, ମେକ୍ସିକୋ ଓ କାନାଡାଙ୍କ ଅଭିଯାନ ଶେଷ ହୋଇଛି । ଏଥିସହ କ୍ୱାର୍ଟରଫାଇନାଲରେ ମରକ୍କୋ, ଫ୍ରାନ୍ସ, ନରୱେ, ସ୍ପେନ, ବେଲଜିୟମ, ଇଂଲଣ୍ଡ, ଆର୍ଜେଂଟିନା ପ୍ରବେଶ କରିଛନ୍ତି । ଇଜିପ୍ଟ-ସୁଇଜରଲାଣ୍ଡ ମ୍ୟାଚର ବିଜେତା ଅନ୍ତିମ ଦଳ ଭାବେ କ୍ୱାର୍ଟରକୁ ଉନ୍ନୀତ ହେବ । ବେଲଜିୟମ ୪-୧ ଗୋଲରେ ଆମେରିକାକୁ ସହଜରେ ପରାସ୍ତ କରିଥିଲା । ସେହିପରି ମରକ୍କୋ ୩-୦ରେ କାନାଡାକୁ ଏବଂ ଇଂଲଣ୍ଡ ୩-୨ରେ ମେକ୍ସିକୋକୁ ପରାସ୍ତ କରିଥିଲା ।

ପ୍ରଥମ ଥର ପାଇଁ ବିଶ୍ୱକପକୁ ୩ଟି ଦେଶ ମିଳିତ ଭାବେ ଆୟୋଜନ କରିଥିଲେ । ସେହିପରି ଏଥର ସର୍ବାଧିକ ୪୯ଟି ଟିମ ଅଂଶଗ୍ରହଣ କରିଥିଲେ । ଜୁନ ୧୧ରୁ ଆରମ୍ଭ ହୋଇଥିବା ଏହି ମେଗା ଟୁର୍ଣ୍ଣାମେଂଟ ଆମେରିକାର ୧୧,ମେକ୍ସିକୋର ୩ ଏବଂ କାନାଡାର ୨ଟି ସହରରେ ଖେଳା ଯାଇଥିଲା । ଜୁଲାଇ ୧୯ରେ ଫାଇନାଲ ମ୍ୟାଚ ଖେଳାଯିବ । ଏ ପର୍ଯ୍ୟନ୍ତ କେବଳ ୬ଟି ଦେଶ ଆୟୋଜକ ଭାବେ ଚାମ୍ପିୟନ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ସେମାନେ ହେଲେ ଉରୁଗୁଏ(୧୯୩୦), ଇଟାଲୀ(୧୯୩୪), ଇଂଲଣ୍ଡ(୧୯୬୬), ପଶ୍ଚିମ ଜର୍ମାନୀ(୧୯୭୪), ଆର୍ଜେଂଟିନା(୧୯୭୮) ଓ ଫ୍ରାନ୍ସ(୧୯୯୮) ।

Leave A Reply

Your email address will not be published.