Latest Odisha News

BREAKING NEWS

ବିଜେପିର ପ୍ରଚାର ବେଳେ ମରଣାନ୍ତକ ଆକ୍ରମଣ, ବିଜେଡି କର୍ମୀଙ୍କ ବିରୋଧରେ ଏତଲା

ଭୁବନେଶ୍ବର: ବିଜେପିର ପ୍ରଚାର ବେଳେ ମରଣାନ୍ତକ ଆକ୍ରମଣ ଅଭିଯୋଗ। ଭୁବନେଶ୍ୱର ୟୁନିଟ୍ ୬ର ୪୬ ନମ୍ବର ୱାର୍ଡ ଆଖଣ୍ଡଳମଣି ବସ୍ତିରେ ହିଂସା ଅଭିଯୋଗ । ବିଜେଡି କର୍ମୀ ଆକ୍ରମଣ କରିଥିବା ନେଇ ବିଜେପି ପକ୍ଷରୁ ଅଭିଯୋଗ ଆସିଛି। କ୍ୟାପିଟାଲ ଥାନାରେ ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଅଭିଯୋଗ କରିଛନ୍ତି। ଏ ନେଇ କ୍ୟାପିଟାଲ ଥାନାରେ ବିଜେଡି କର୍ମୀଙ୍କ ବିରୋଧରେ ଏତଲା ଦିଆଯାଇଛି।

ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ଆଖଣ୍ଡଳମଣି ବସ୍ତିରେ ବିଜେପିର ପ୍ରଚାର ଚାଲିଥିଲା। ଏହି ସମୟରେ ବିଜେପି କର୍ମୀଙ୍କୁ କିଛି ବିଜେଡି କର୍ମୀ ଗାଳିଗୁଲଜ କରିଥିଲେ। ଏପରିକି ମାୟାଧର ବେହେରା ନାମକ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଓ ବନ୍ଧୁକ ଦେଖାଇ ଧମକାଇଥିଲେ। ଏହାସହ ସୁନାଚେନ, ଟଙ୍କା ଆଦି ଛଡ଼ାଇ ନେଇଥିବା ତାଙ୍କ ସ୍ତ୍ରୀ ମମତା ମଲ୍ଲିକ କ୍ୟାପିଟାଲ ଥାନାରେ ଅଭିଯୋଗ କରିଛନ୍ତି।

ସ୍ବାମୀ ମାୟାଧର ୩୦ରୁ ଅଧିକ ବିଜେପି କର୍ମୀଙ୍କୁ ନେଇ ନିର୍ବାଚନୀ ପ୍ରଚାର କରୁଥିଲେ। ଏହି ସମୟରେ ବିଜେଡିର କିଛି ସ୍ଥାନୀୟ ନେତା ୩୦ରୁ ଅଧିକ ଯୁବକଙ୍କ ସହ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଏନେଇ ସେ ବିରୋଧ କରିବାରୁ ତାଙ୍କୁ ଧକ୍କା ମାରିବା ସହ ଜାତିଆଣ ଆକ୍ଷେପ କରି ଗାଳିଗୁଲଜ କରିଥିବା ମମତା ଲିଖିତ ଅଭିଯୋଗ କରିଛନ୍ତି। ମମତାଙ୍କ ଅଭିଯୋଗକୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.