Latest Odisha News

BREAKING NEWS

ବଲାଙ୍ଗୀର ପରେ ସମ୍ବଲପୁରରେ ନକଲି ସାର୍ଟିଫିକେଟ ଘଟଣାର ତଦନ୍ତ ଆରମ୍ଭ

ସମ୍ବଲପୁର: ବଲାଙ୍ଗୀର ପରେ ସମ୍ବଲପୁରରେ ଆରମ୍ଭ ହୋଇଛି ଫେକ୍ ସାର୍ଟିଫିକେଟ ମାମଲାର ତଦନ୍ତ । ଏଠାରେ ମଧ୍ୟ ଡାକ ବିଭାଗରେ ଚାକିରି କରୁଥିବା ଆଶାୟୀ ନକଲି ସାର୍ଟିଫିକେଟ ଦେଇଥିଲେ ବୋଲି ଅଭିଯୋଗ ରହିଛି। ଅନ୍ୟ କେତେକ ଜିଲ୍ଲାରୁ ମଧ୍ୟ ଏଭଳି ଅଭିଯୋଗ ରହିଛି। ସମ୍ବଲପୁର ଡିଭିଜନ ପୋଷ୍ଟାଲ ସୁପରିଣ୍ଟେଣ୍ଡେଣ୍ଟ୍ ଟାଉନ୍ ଥାନାରେ ୬ ଜଣ ଆଶାୟୀ ପ୍ରାର୍ଥୀଙ୍କ ବିରୋଧରେ ଏତଲା ଦେବା ପରେ ଏହି ଘଟଣା ପଦାକୁ ଆସିଛି।

BjdElectrycity

ପ୍ରାଥମିକ ରିପୋର୍ଟ ଅନୁଯାୟୀ, ସମସ୍ତ ଛଅ ଜଣ ଆଶାୟୀ ଗ୍ରାମୀଣ ଡାକ ସେବକ ପଦବୀ ପାଇଁ ଆବେଦନ କରିଥିଲେ ଏବଂ ଉତ୍ତର ପ୍ରଦେଶର କିଛି ଶିକ୍ଷାନୁଷ୍ଠାନରୁ ସାର୍ଟିଫିକେଟ୍ ଦାଖଲ କରିଥିଲେ। ଏ ନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଛଅ ଜଣ ଆଶାୟୀ ବରଗଡ଼, ଭଦ୍ରକ, ଜଗତସିଂହପୁର, କଳାହାଣ୍ଡି ଓ ଦେବଗଡ଼ ଜିଲ୍ଲାର ବୋଲି ଜଣାପଡ଼ିଛି।

ସେହିପରି ବଲାଙ୍ଗୀର, କଳାହାଣ୍ଡି, ନୂଆପଡ଼ା, କନ୍ଧମାଳ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ନକଲି ସାର୍ଟିଫିକେଟ୍ ଦେଇ ଚାକିରି କରାଇଦେବା ଅଭିଯୋଗ ହୋଇଛି। ବଲାଙ୍ଗୀର ଜାଲ୍ ସାର୍ଟିଫିକେଟ୍ ରାକେଟ୍ ମାମଲାରେ ୪ ଅଭିଯୁକ୍ତ ମନୋଜ ମିଶ୍ର, ଆଲୋକ ଉଦଗତ, ତ୍ରିବିହାରୀ ପଣ୍ଡା, ପରେଶଙ୍କ ରିମାଣ୍ଡ ଅବଧି ଆଜି ଶେଷ ହୋଇଛି। ଏହାପରେ ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଞ୍ଚ ସମସ୍ତଙ୍କୁ କୋର୍ଟ ଚାଲାଣ କରିବ।

ଶୁକ୍ରବାର କ୍ରାଇମବ୍ରାଞ୍ଚ ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ରଙ୍କ ସମ୍ପତ୍ତି ବାଜ୍ୟାପ୍ତି କରିଛି। ପୋଷ୍ଟାଲ ଚାକିରିକୁ ସୁରକ୍ଷିତ କରିବା ପାଇଁ ମନୋଜ ମିଶ୍ର ଆଶାୟୀଙ୍କୁ ଜାଲ୍ ସାର୍ଟିଫିକେଟ୍ ଯୋଗାଇ ଦେଇଥିବା ଅଭିଯୋଗ ହୋଇଛି। ରାଜ୍ୟର ବିଭିନ୍ନ ସ୍ଥାନରୁ ଅଭିଯୋଗ ଆସିବା ପରେ କ୍ରାଇମବ୍ରାଞ୍ଚ ଏହି ରାକେଟର ପର୍ଦ୍ଦାଫାଶ କରିଛି।

ବଲାଙ୍ଗୀର ଜାଲ୍ ସାର୍ଟିଫିକେଟ୍ ମାମଲାରେ ସଦ୍ୟତମ ଘଟଣାକ୍ରମରେ ଜଣେ ଅଭିଯୁକ୍ତ ଆଲୋକ ଉଦଗତ ଗୁରୁତର ହେବାରୁ ଭୀମ ଭୋଇ ମେଡିକାଲ କଲେଜର ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। କୌଣସି ଅଘଟଣକୁ ଏଡ଼ାଇବା ପାଇଁ ପୁଲିସ ପକ୍ଷରୁ ହସ୍ପିଟାଲ ପରିସରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

Leave A Reply

Your email address will not be published.