Latest Odisha News

BREAKING NEWS

ଆଇଟିଏଫ ଏସୀୟ ୧୪, ଅଣ୍ଡର ଡେଭେଲପମେଂଟ ଚାମ୍ପିୟନଶିପ: କୋରିଆର କ୍ଲିନ ସୁଇପ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମର ଟେନିସ କମ୍ପେ୍ଲକ୍ସରେ ଆଇଟିଏଫ ୧୪ ଓ ଅଣ୍ଡର ଡେଭେଲପମେଂଟ ଚାମ୍ପିୟନଶିପ ଅନୁଷ୍ଠିତ ହୋଇଯାଇଛି । ଏହି ଚାମ୍ପିୟନଶିପରେ କୋରିଆ ସମସ୍ତ ୪ଟି ଟାଇଟଲ ହାସଲ କରି କ୍ଲିନ ସୁଇପ କରିଛି । ଭାରତର ବାଳିକା ଟିମ ସିଙ୍ଗଲ୍ସ ଓ ଡବଲ୍ସ ବିଭାଗରେ ରନର୍ସଅପ ହୋଇଛନ୍ତି । ବାଳିକା ସିଙ୍ଗଲ୍ସରେ ଜିୟୁନ ହୋ ୬-୩, ୬-୧ରେ ମାୟା ରାଜେଶ୍ୱରନ ରେବତୀଙ୍କୁ, ବାଳକ ସିଙ୍ଗଲ୍ସରେ ୱନମିନ କିମ ୭-୬, ୬-୨ ସେଟରେ ନିଜ ଦେଶର ମିନ ହୁୟଙ୍କ ଚୋଙ୍କୁ ପରାସ୍ତ କରିଥିଲେ । ସେହିପରି ବାଳିକା ଡବଲ୍ସରେ ୟେରୀ ହୋଙ୍ଗ-ଜିୟୁନ ହୋ ୬-୪, ୬-୧ରେ ମାୟା ରାଜେଶ୍ୱରନ ରେବତୀ-ହରିଥା ଶ୍ରୀ ଭେଙ୍କେଟେଶଙ୍କୁ ଏବଂ ବାଳକ ଡବଲ୍ସରେ ମିନ ହୁୟୋ-ୱନମିନ କିମ ୬-୩, ୬-୧ରେ ଥାଇଲାଣ୍ଡର ରାୟୁକୋଟିକୁଲା ଓ ଧର୍ମା ପାନଟାରାନେଙ୍କୁ ପରାସ୍ତ କରିଥିଲେ ।

ଭୁବନେଶ୍ୱର ମେୟର ସୁଲୋଚନା ଦାଶ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଡିଶା ଟେନିସ ଆସୋସିଏଶନର ସଭାପତି ଅସିତ ତ୍ରିପାଠୀ, ସମ୍ପାଦକ ସତ୍ୟଜିତ ମହାନ୍ତି, ଟୁର୍ଣ୍ଣାମେଂଟ ଡାଇରେକ୍ଟର ସଞ୍ଜୀବ ପଣ୍ଡା ଓ ସମ୍ବିତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଓଡିଶାରେ ପ୍ରଥମ ଥର ପାଇଁ ଆଇଟିଏଫ ଜୁନିୟର ଟୁର୍ଣ୍ଣାମେଂଟ ଆୟୋଜିତ ହୋଇଛି । ଓଡିଶା ଟେନିସ ଆସୋସିଏଶନ, ଓଡିଶା ସରକାର ଓ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ଏହାକୁ ସଫଳତାର ସହ ଆୟୋଜନ କରାଯାଇଛି ।

Leave A Reply

Your email address will not be published.