Latest Odisha News

BREAKING NEWS

ଫିଲ୍ମରେ ସୁଯୋଗ ଦେବା ନାଁରେ ଯୌନ ନିର୍ଯାତନା ଅଭିଯୋଗ

ଭୁବନେଶ୍ୱର: କାଷ୍ଟିଂ କାଉଚ ବିବାଦରେ ଓଲିଉଡ ପ୍ରଯୋଜକ ଅକ୍ଷୟ ପରିଜା। ଫିଲ୍ମରେ ସୁଯୋଗ ଦେବେ କହି ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ଅକ୍ଷୟ ପରିଜା ଏହି ମାମଲାରେ ଛନ୍ଦି ହେବା ପରେ ଥାନାରେ ପାଲଟା ଏତଲା ଦେଇଛନ୍ତି। କିନ୍ତୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ପୀଡିତାଙ୍କ ଏତଲା ଥାନାରେ ପହଞ୍ଚିବା ବଦଳରେ ସୋଶିଆଲ ମିଡିଆରେ ଘୁରିବୁଲୁଛି। ଆଉ ଫିଲ୍ମ ପ୍ରଡ୍ୟୁସର ଏବଂ ସଂପୃକ୍ତ ଯୁବତୀଙ୍କର ଅନ୍ତରଙ୍ଗ ମୂହୁର୍ତ୍ତର ଫଟୋ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦାୟିତ୍ବ ସମ୍ପନ୍ନ ଗଣମାଧ୍ୟମ ଭାବରେ ଦେଖାଇବା ସମ୍ଭବ ନୁହେଁ।

ଯୁବତୀଙ୍କ ଅଭିଯୋଗ ଅନୁଯାୟୀ, ଅକ୍ଷୟ ପରିଜା ତାଙ୍କୁ ତାଙ୍କ ସିନେମାରେ ସୁଯୋଗ ଦେବେ ବୋଲି ପ୍ରତିଶ୍ରୁତି ଦେଇ ଯୌନ ଶୋଷଣ କରିଛନ୍ତି। ପ୍ରଥମେ ବଲିଉଡରେ ସୁଯୋଗ ଦେବେ ବୋଲି ପ୍ରତିଶୃତି ଦେଇଥିଲେ। ଆଉ ଏଥିପାଇଁ ସେ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ। ପରେ କିନ୍ତୁ କହିଥିଲେ ସେ ଜଣେ ତଳ ଜାତିର ଝିଅ। ତେଣୁ ଫିଲ୍ମରେ ସୁଯୋଗ ମିଳିବା ସମ୍ଭବ ନୁହେଁ। ପରେ ତାଙ୍କର ଯେଉଁଠି ବିବାହ ଠିକ୍ ହେଉଥିଲା ଅକ୍ଷୟ ପରିଜା ଭାଙ୍ଗି ଦେଉଥିଲେ। ଆଉ ତାଙ୍କ ସହିତ ଥିବା ଅନ୍ତରଙ୍ଗ ମୂହୂର୍ତ୍ତର ଫଟୋ ଭାଇରାଲ କରିବାର ଧମକ ଦେଇ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି।

ପୀଡିତାଙ୍କ ଅଭିଯୋଗର ଉତ୍ତର ଅକ୍ଷୟ ପରିଜା ଦେବାକୁ ମନା କରି ଦେଇଛନ୍ତି। ସେପଟେ ଏପରି ଘଟଣାକୁ ସିନେ ସମୀକ୍ଷକଙ୍କ ସମେତ ଅନେକ ବୁଦ୍ଧିଜୀବୀ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି।

ଅନ୍ୟପଟେ ଅକ୍ଷୟ ପରିଜା ଯୁବତୀଙ୍କ ନାଁରେ ରାଜଧାନୀ ସ୍ଥିତ ନୟାପଲ୍ଲୀ ଥାନାରେ ପାଲଟା ଅଭିଯୋଗ ଆଣିଛନ୍ତି । ଯୁବତୀ ଜଣଙ୍କ ଘରକୁ ରାତ୍ରି ଭୋଜନ ପାଇଁ ଆମନ୍ତ୍ରଣ କରି ତାଙ୍କ ସହ ଭିଡିଓ କରି ବ୍ଲାକମେଲିଂ କରୁଛନ୍ତି। ଏପରି କରି ସେ ୫ କୋଟି ଟଙ୍କା ଦାବି କରିଛନ୍ତି। ଟଙ୍କା ନଦେଲେ ଭିଡିଓ ଭାଇରାଲ କରିବାର ଧମକ ଦେଉଛନ୍ତି।

ଉଲ୍ଲେଖଯୋଗ୍ଯ, ଯଦି ଯୁବତୀ ଜଣଙ୍କ ଯୌନ ନିର୍ଯାତନାର ଶିକାର ହୋଇଛନ୍ତି ତାହାଲେ ଥାନାରେ ଏତଲା ଦେଉନାହାନ୍ତି କାହିଁକି? ଭିଡିଓ ଏବଂ କିଛି ଫଟୋ ସର୍ବସାଧାରଣରେ ସୋଶିଆଲ ମିଡିଆରେ କିପରି ପହଞ୍ଚିଲା, ନା ଅଭିଯୋଗ ପରେ ଚାପ ପଡିବାରୁ ଯୁବତୀ ଜଣଙ୍କ ଥାନାରେ ଏତଲା ଦେବାକୁ ସାହାସ କରିପାରୁ ନାହାନ୍ତି, ନା କେବଳ ବଦନାମ କରି କିଛି ପଇସା ପାଇଁ ଏପରି ହୋଇଛି ତାହା ଏବେ ବଡ ପ୍ରଶ୍ନ। ଅନ୍ୟପଟେ ମାମଲା ଦାଣ୍ଡରେ ପଡି ହାଟରେ ଗଡୁଥିବା ବେଳେ ପୋଲିସର ନିରବତା ପଛରେ କୌଣସି ବାହ୍ୟ ଚାପ ରହିଛି କି?

Leave A Reply

Your email address will not be published.