ପୁରୀ: ପୁଣି ଅନଲାଇନରେ ମହାପ୍ରସାଦ ବିକ୍ରି ଅଭିଯୋଗ । ପିନରେଷ୍ଟ ନାମକ ଏକ ସଂସ୍ଥା ପକ୍ଷରୁ ମହାପ୍ରଭୁଙ୍କ ମହାପ୍ରସାଦ ଓ ଶୁଖିଲା ଭୋଗ ବିକ୍ରି କରୁଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ସେବାୟତଙ୍କ ସମେତ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି । ସମ୍ପୃକ୍ତ ସଂସ୍ଥା ବିରୋଧରେ ସେବାୟତ ଏତଲା ଦେବେ । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ସେବାୟତ ଶମ୍ଭୁନାଥ ଖୁଣ୍ଟିଆ ।

ବାରମ୍ବାର ଏମିତି ଘଟଣା ସାମନାକୁ ଆସୁଛି । ନିକଟରେ ଇ-କମର୍ସ ସଂସ୍ଥା ଆମାଜନରେ ଅନଲାଇନରେ ନିର୍ମାଲ୍ୟ ବିକ୍ରି କରୁଥିବା ଘଟଣା ସାମନାକୁ ଆଣିଥିଲେ ସେବାୟତ ଶମ୍ଭୁନାଥ ଖୁଣ୍ଟିଆ । ଶ୍ରୀମନ୍ଦିର ପ୍ରଶାସନ ଆମାଜନ ନାଁରେ ଏତଲା ଦେଇଥିଲେ । ବାରମ୍ବାର ଅଭିଯୋଗ ସତ୍ତ୍ୱେ ଶ୍ରୀଜଗନ୍ନାଥ ସଂସ୍କୃତିର ସୁରକ୍ଷା ପାଇଁ ନିଆଯାଉନି ପଦକ୍ଷେପ । ଏହାର ଫାଇଦା ଉଠାଇ କିଏ ଅନଲାଇରେ ନିର୍ମାଲ୍ୟ ତ କେହି ମହାପ୍ରଭୁଙ୍କ ଦୁର୍ମୂଲ୍ୟ ମହାପ୍ରସାଦ ବିକ୍ରି କରୁଛନ୍ତି ।
BREAKING NEWS
- ଜାନୁଆରୀ ୧୭ ଯାଏଁ ଥରିବ ଓଡ଼ିଶା…
- ଖେଳାଳିଙ୍କ ଚାପରେ ନରମିଲା ବିସିବି, ପଦରୁ ହଟିଲେ ନଜମୁଲ ଇସଲାମ
- Community Clash: ସୁନ୍ଦରଗଡ଼ରେ ଗୋଷ୍ଠୀ ସଂଘର୍ଷ; ୧୪୪ ଧାରା ଜାରି, ଶାନ୍ତି ବଜାୟ ରଖିବାକୁ ଅପିଲ କଲେ…
- ୧୯୦ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନରେ ନିଆଁ…
- ସତ ମାନିଲା ଲସ୍କରର ମୁଖ୍ୟ କମାଣ୍ଡର, ‘ଅପରେସନ୍ ସିନ୍ଦୁର ଏକ ବଡ଼ ଆକ୍ରମଣ ଥିଲା, ଆଲ୍ଲା ଆମକୁ ରକ୍ଷା କରିଥିଲେ’
- Flight Tickets 1 Rupee: କେବଳ ୧ ଟଙ୍କାରେ ମିଳୁଛି ବିମାନ ଟିକେଟ୍!, ବଡ଼ ଅଫର୍ ଆଣିଲା ଇଣ୍ଡିଗୋ…
- ବୋମା ଖାଇ ହାତୀ ଗୁରୁତର, ଅନୁଗୁଳରୁ ଉଦ୍ଧାର…
- The Millet Diary: ଓଡ଼ିଆ ଫିଲ୍ମ ‘ଦ ମିଲେଟ ଡାଏରୀ’ର ଟିଜର ରିଲିଜ, ଏହି ଦିନ ହେବ ରିଲିଜ..
- ରାଜ୍ୟ ସରକାରଙ୍କ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ୨୦୨୫-୨୬, ଜାଣନ୍ତୁ କେମିତି କରିବେ ଆବେଦନ…
- IAF Help: ନନ୍ଦା ଦେବୀ ଜାତୀୟ ଉଦ୍ୟାନରେ ଅଗ୍ନିକାଣ୍ଡ;ନିଆଁ ଲିଭାଇବ ଭାରତୀୟ ବାୟୁସେନା
Comments are closed.