Latest Odisha News

BREAKING NEWS

ଚାମ୍ପିୟନ୍ସ ଟ୍ରଫି ହକି: ଭାରତ ଠାରୁ ୪-୦ରେ ପାକିସ୍ତାନର ଲଜ୍ଜାଜନକ ପରାଜୟ

ବ୍ରେଦା: ଶେଷ ୧୦ ମିନଟରେ ୩ଟି ଗୋଲ ଦେଇ ଭାରତ ତା’ର ଚିର ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ୪-୦ରେ ଚାମ୍ପିୟନ୍ସ ଟ୍ରଫିର ପ୍ରଥମ ମ୍ୟାଚ୍ରେ ପରାସ୍ତ କରିଛି ।

ଆଜି ହଲାଣ୍ଡର ବ୍ରେଦା ସହରରେ ଆରମ୍ଭ ହୋଇଥିବା ଚାମ୍ପିୟନ୍ସ ଟ୍ରଫି ହକି ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ଖେଳାଯାଇଥିଲା ଭାରତ ଓ ପାକିସ୍ତାନ ମଧ୍ୟରେ । ଏହି ଉଦଘାଟନୀ ମ୍ୟାଚରେ ଏକତରଫା ଭାବେ ଭାରତ ୪ଟି ଗୋଲ ଦେଇ ପାକିସ୍ତାନକୁ ଲଜ୍ଜାଜନକ ଭାବେ ପରାସ୍ତ କରିପାରିଛି ।

ମ୍ୟାଚ୍ ଆରମ୍ଭର ୨୫ ମିନିଟରେ ରମଣଦୀପ ସିଂହଙ୍କ ଏକ ସୁନ୍ଦର ଗୋଲ ଜରିଆରେ ଗୋଲ ଦେଇ ଭାରତ ୧-୦ରେ ଆଗୁଆ ରହିଥିଲା । କିନ୍ତୁ ମ୍ୟାଚ୍ ଶେଷ ହେବାକୁ ୧୦ ମିନିଟ ବାକିଥିବା ବେଳେ ଭାରତ ପାକିସ୍ତାନ ରକ୍ଷଣଭାଗ ଉପରେ ଘନଘନ ଆକ୍ରମଣ କରି ୩ଟି ବିଜୟସୂଚକ ଗୋଲ ଦେଇଥିଲା ।

ପାକିସ୍ତାନ ଲଜ୍ଜାଜନକ ରୂପେ ଭାରତଠାରୁ ଏହି ମ୍ୟାଚରେ ସହଜରେ ପରାଜୟ ବରଣ କରିଛି । ଅନ୍ୟ ତିନୋଟି ଗୋଲ୍ ମନଦୀପ ସିଂହ, ଦିଲପ୍ରୀତ ସିଂହ ଏବଂ ଲଳିତ ଉପାଧ୍ୟାୟ ସ୍କୋର କରିଥିଲେ ।

ସୂଚନାଯୋଗ୍ୟ ଭାରତ ବିଶ୍ୱକପ ହକି ସହିତ ୮ଥ ଅଲିମ୍ପିକ ଗୋଲ୍ଡ ହାସଲ କରିପାରିଛି, କିନ୍ତୁ କେବେ ବି ଚାମ୍ପିୟନ୍ସ ଟ୍ରଫି ହାସଲ କରିପାରିନାହିଁ ।

ଏଥର ବେଶ୍ ଶକ୍ତିଶାଳୀ ମନେହେଉଥିବା ଭାରତୀୟ ଦଳ ପ୍ରଥମରୁ ଆକ୍ରମଣାତ୍ମକ ଭାବେ ପାକିସ୍ତାନକୁ ପରାସ୍ତ କରିବା ପରେ ଟାଇଟଲ୍ ହାସଲ କରିବାକୁ ଭାରତର ଆଶା ଉଜ୍ଜିବୀତ ହୋଇଛି ।

Leave A Reply

Your email address will not be published.