Latest Odisha News

BREAKING NEWS

ଉତ୍ତର ଭାରତରେ ବର୍ଷା ବିତ୍ପାତ: ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରହିଲା ଅମରନାଥ ଯାତ୍ରା

ଶ୍ରୀନଗର: ପହଲଗାମ ଏବଂ ବାଲ୍ଟାଲରେ ପ୍ରବଳ ବର୍ଷା ହେତୁ ଅମରନାଥ ଯାତ୍ରାକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ସ୍ଥଗିତ ରଖିଛନ୍ତି କତୃପକ୍ଷ । ଏହାସହ କୌଣସି ତୀର୍ଥଯାତ୍ରୀଙ୍କୁ ଜାମ୍ମୁରୁ କାଶ୍ମୀର ଉପତ୍ୟକାକୁ ନଯିବାକୁ ନିର୍ଦ୍ଦେଶ ଦେଇଛନ୍ତି କତୃପକ୍ଷ । ପବିତ୍ର ଅମରନାଥ ଗୁମ୍ଫାକୁ ଯାଉଥିବା ଉଭୟ ପହଲଗାମ ଏବଂ ବାଲ୍ଟାଲ ମାର୍ଗରେ ପ୍ରବଳ ବର୍ଷା ଜାରି ରହିଛି । ତୀର୍ଥଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପାଣିପାଗର ଉନ୍ନତି ନହେବା ପର୍ଯ୍ୟନ୍ତ ଯାତ୍ରା ସ୍ଥଗିତ ରଖାଯାଇଛି ବୋଲି ଅଧିକାରୀମାନେ କହିଛନ୍ତି।

ଅଧିକାରୀମାନେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ସମୟରେ ଜମ୍ମୁର ଭଗବତୀ ନାଗର ଯାତ୍ରୀ ନିବାସରୁ କୌଣସି ଯାନକୁ ଆଜି ଉପତ୍ୟକା ଆଡକୁ ଯିବାକୁ ଅନୁମତି ଦିଆଯାଇନହିଁ । ଜାମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ମଧ୍ୟ ବର୍ଷା ଜାରି । ସେପଟେ ରାମବାନ୍ ଜିଲ୍ଲାର କାଫେରିଆ ମୋର୍ ଅଞ୍ଚଳରେ ଭୂସ୍ଖଳନ ହେତୁ ରାସ୍ତା ଅବରୋଧ ହୋଇଛି । ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ବର୍ତ୍ତମାନ ସେମାନେ ସୁରକ୍ଷିତ ଅଛନ୍ତି।

ଖରାପ ପାଗ ହେତୁ ଗତ ଶୁକ୍ରବାର ଦିନ ମଧ୍ୟ ଅମରଯାତ୍ରା ସ୍ଥଗିତ ରଖାଯାଇଥିଲା। ଏପର୍ଯ୍ୟନ୍ତ ୮୭.୦୦୦ରୁ ଅଧିକ ତୀର୍ଥଯାତ୍ରୀ ବାବା ବାରଫାନି ପରିଦର୍ଶନ କରିଛନ୍ତି । ଏହି ଯାତ୍ରା ୧ ଜୁଲାଇରୁ ଆରମ୍ଭ ହୋଇଥିଲା ଏବଂ ୬୨ ଦିନ ପରେ ଅର୍ଥାତ ୩୧ ଅଗଷ୍ଟରେ ଶ୍ରାବଣ ପୂର୍ଣ୍ଣିମା ଦିନ ଶେଷ ହେବ । ଶନିବାର ସକାଳେ ସମୁଦ୍ର ପତ୍ତନଠାରୁ ୩,୮୮୮ ମିଟର ଦୂରରେ ଥିବା ଗୁମ୍ଫା ମନ୍ଦିର ନିକଟରେ ମଧ୍ୟ ହାଲୁକା ତୁଷାରପାତ ହୋଇଥିଲା।

 

 

Comments are closed.