Latest Odisha News

BREAKING NEWS

ଖାଦ୍ୟରେ ସାମିଲ କରନ୍ତୁ ସୋୟାବିନ; ମିଳିବ ଏହି ସବୁ ଫାଇଦା…

ଶରୀର ସୁସ୍ଥ ରଖିବା ପାଇଁ ଅନେକ ପୋଷାକ ତତ୍ୱ ଯୁକ୍ତ ଆହାର ଓ ଭିଟାମିନ ର ଆବଶ୍ୟକତା ରହିଛି l କୌଣସି ଭିଟାମିନ ଶରୀରରେ କମିବା ଦ୍ୱାରl ଶରୀରରେ ଅନେକ ପ୍ରକାର ସମସ୍ୟା ହୋଇଥାଏ l ସେଥିପାଇଁ ବିଭିନ୍ନ ପ୍ରକାରର ହେଲଦି ଫୁଡ ସେବନ କରିବା ପାଇଁ କୁହାଯାଇଥାଏ l ପ୍ରୋଟିନ୍ ଡ୍ୟାମେଜ୍ ସେଲ୍ସକୁ ରିପାୟର କରିବାରେ ବହୁତ ସାହାଯ୍ୟ କରିଥାଏ। ସୋୟାବିନ ମଧ୍ୟ ସେହିଭଳି ଗୋଟିଏ ପୋଷାକ ତତ୍ୱ ଯୁକ୍ତ ଖାଦ୍ୟ l ଯାହାକୁ ସେବନ କରିବା ଦ୍ୱାରା ମିଳିଥାଏ ଚମତ୍କାର ଲାଭl ତେବେ ଆସନ୍ତୁ ଜାଣିବା ସୋୟାବିନ ଖାଇବାର ଚମତ୍କାର ଫାଇଦା…

ସୋୟାବିନରେ ଥିବା ପୁଷ୍ଟିକର ଖାଦ୍ୟ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ସୋୟାବିନରେ ପ୍ରୋଟିନ୍, ଫାଇବର ଏବଂ ଓମେଗା -୩ ଭରପୂର ମାତ୍ରାରେ ରହିଛି । ଏହି ପୋଷକ ତତ୍ତ୍ୱ ହୃଦୟକୁ ସୁସ୍ଥ ରଖିବାରେ ସାହାଯ୍ୟ କରିବା ସହିତ ସୋୟାବିନର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିରେ ପ୍ରଭାବଶାଳୀ ହୋଇଥାଏ । ସୋୟାବିନରେ ଆର୍ଜିନାଇନ୍ ଆମିନୋ ଏସିଡ୍ ଏବଂ ଆଇସୋଫ୍ଲୋଭୋନ୍ ଥାଏ ଯାହା ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ସୋୟାବିନରେ ଥିବା ପ୍ରୋଟିନ୍, ଆଣ୍ଟିଅକ୍ସିଡାଣ୍ଟ ଏବଂ ଫାଇବର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିରେ ପ୍ରଭାବଶାଳୀ ।

ସୋୟାବିନ ସେବନ ଦ୍ୱାରା ହୃଦୟ ସୁସ୍ଥ ରହିଥାଏ। ଏହା ହୃଦୟରେ ରକ୍ତ ସଞ୍ଚାଳନ ଠିକ ଭାବରେ କରିଥାଏ। ହୃଦୟକୁ ଗୋଟିଏ ପ୍ରକାରର ସୁରକ୍ଷା ପ୍ରଦାନ କରିଥାଏ ସୋୟାବିନ। ସୋୟାବିନ ସେବନ ଦ୍ୱାରା ଆମ ଶରୀରରେ କୋଲେଷ୍ଟ୍ରଲ କଣ୍ଟ୍ରୋଲରେ ରହିଥାଏ l ଏହା ଶରୀରରେ ବ୍ୟାଡ଼ କୋଲେଷ୍ଟ୍ରଲ କୁ କମାଇ ଥାଏ l ଅନେକ ଗବେଷଣାରୁ ଜଣା ପଡିଛି ଯେ ସୋୟାବିନ ଶରୀରରେ ଏଲଡିଏଲ କୋଲେଷ୍ଟ୍ରଲ କୁ ହ୍ରାସ କରିଥାଏ l ୱେବ ଏମଡି ର ସୂଚନା ଅନୁସାରେ ସୋୟାବିନ ରେ ଫାଇବର ର ଭଲ ସ୍ରୋତ ରହିଛି l ଗୋଟିଏ କପ ସୋୟାବିନ ରେ ୧୦ ଗ୍ରାମ ଫାଇବର ରହିଥାଏ l ଏହାକୁ ସେବନ କରିବା ଦ୍ୱାରା ପାଚନ ପ୍ରଣାଳୀ ସୁସ୍ଥ ରହିଥାଏ ଓ ପେଟ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ l

ସୋୟାବିନ କୁ ପ୍ରୋଟିନ ର ଭଲ ସ୍ରୋତ ଭାବରେ ଗ୍ରହଣ କରାଯାଇ ଥାଏ l ଯଦି ଆପଣ ଜଣେ ଶାକାହାରୀ ବ୍ୟକ୍ତି ତେବେ ସୋୟାବିନ ରୁ ପ୍ରୋଟିନ ର ଭଲ ସ୍ରୋତ ପାଇପାରିବେ l ସୋୟାବିନ ରେ ଆମିନୋ ଏସିଡ ରହିଛି l ଏହା ଆପଣଙ୍କ ମାଂସପେଶୀ ଓ ହାଡ କୁ ମଜବୁତ କରିଥାଏ l ସୋୟାବିନ ଆଇରନ ର ଗୋଟିଏ ଭଲ ସ୍ରୋତ ଅଟେ l ଏକ କପ ସୋୟାବିନରେ ପାଖାପାଖି ୯ ମିଲିଗ୍ରାମ ଆଇରନ ରହିଥାଏ l ଗର୍ଭବତୀ ମହିଳା ମାନଙ୍କୁ ଗର୍ଭାବସ୍ଥାରେ ସୋୟାବିନ ସେବନ ପାଇଁ କୁହାଯାଇଥାଏ l

Leave A Reply

Your email address will not be published.