Latest Odisha News

କାରିଗରଙ୍କ ଅପୂର୍ବ କଳାକୃତି: ପାଣି ଉପରେ ଫୁଲରେ ସଜ୍ଜିତ ହୋଇଛି ଭଗବାନ କୃଷ୍ଣଙ୍କ ପ୍ରତିମୂର୍ତ୍ତି

ଦୁନିଆରେ କୁଶଳୀ କାରିଗରଙ୍କ ଅଭାବ ନାହିଁ । ସେମାନଙ୍କର ଏପରି କଳାକୃତି ଦେଖିବାକୁ ମିଳେ, ଯାହା ଆଖିରେ ବିଶ୍ୱାସ କରିବା କଷ୍ଟକର ହୋଇଯାଏ । ଏମିତି ଅନେକ କଳାକାର ଅଛନ୍ତି ଯେଉଁମାନେ ନିଜ ଆଗ୍ରହର କଳାକୃତିକୁ ନେଇ ବିଭୋର । ଏବେ ସୋସିଆଲ ମିଡିଆରେ ଏହିପରି ଏକ କଳାର ଏକ ଭିଡିଓ ସେୟାର କରାଯାଇଛି, ଯାହାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଭିଡ଼ିଓରେ ଦେଖିବାକୁ ମିଳିଛି ପାଣିରେ ଭଗବାନ କୃଷ୍ଣଙ୍କ ପ୍ରତିମାକୁ ଫୁଲରେ ଅଙ୍କାଯାଇଛି ।

ଆପଣ ନିଶ୍ଚିତ ଭାବରେ କାଗଜ, କାଠ ଏବଂ ବାଲିରେ ନିର୍ମିତ ଅନେକ କଳାକୃତି ଦେଖିଥିବେ । କିନ୍ତୁ କ୍ୱଚିତ୍ ପାଣି ଉପରେ ଏପରି ସୁନ୍ଦର ଚିତ୍ର ଦେଖିଥିବେ । ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ଏକ ନଦୀରେ ଭାସମାନ ଅବସ୍ଥାରେ ଫୁଲ ବ୍ୟବହାର କରି ଭଗବାନ କୃଷ୍ଣଙ୍କର ଅତି ସୁନ୍ଦର ଚିତ୍ର କରାଯାଇଛି । ଏହାର ଚାରିପାଖରେ ଫୁଲ ଭାସି ନ ଯିବା ପାଇଁ ଏକ ବାଡ଼ କରାଯାଇଛି । ଫଳରେ ଫୁଲଗୁଡ଼ିକ ପାଣିର ଢେଉରେ ଖରାପ ହେଉନାହିଁ । ଏହା ନଦୀରେ କୃଷ୍ଣଙ୍କ ପ୍ରତିଛବି ପରି ମନେ ହେଉଛି । ଏହାର ସୌନ୍ଦର୍ଯ୍ୟ ଏବଂ ଚିତ୍ରକଳା ଲୋକଙ୍କ ହୃଦୟକୁ ଆକର୍ଷିତ କରୁଛି । ଏହି କଳାକୃତିକୁ ଯିଏ ଦେଖୁଛି ସେ କୃଷ୍ଣଙ୍କ ପ୍ରେମରେ ଭାବପ୍ରବଣ ହୋଇପଡ଼ୁଛନ୍ତି ।
ଭାଇରାଲ୍ ଭିଡିଓରେ କ୍ୟାପସନ ରହିଛି, ଭାରତୀୟ କଳାକାରମାନେ ପ୍ରକୃତରେ ଖୁବ୍ ଦକ୍ଷ । ନଦୀର ଜଳ ଉପରେ ଭଗବାନ କୃଷ୍ଣଙ୍କ ପ୍ରତିମୂର୍ତ୍ତି ଲୋକଙ୍କୁ ଅଧିକ ପ୍ରଭାବିତ କରୁଛି ।

Comments are closed.