Latest Odisha News

BREAKING NEWS

କେଶ ପାଇଁ ବରଦାନ ରାଶି ତେଲ

ଭୁବନେଶ୍ୱର: କେଶ ଆମ ଶରୀରର ସୌନ୍ଦର୍ଯ୍ୟ ବଢାଇଥାଏ । ପ୍ରତ୍ୟେକ ଲୋକଙ୍କ ଇଚ୍ଛା ଥାଏ ଯେ ସେମାନଙ୍କର ବାଳ ଲମ୍ବା, କଳା ଏବଂ ଆକର୍ଷଣୀୟ ହେଉ । କିନ୍ତୁ ପରିବର୍ତ୍ତିତ ଜୀବନଶୈଳୀ ଏବଂ ଖରାପ ଖାଦ୍ୟପେୟ ଯୋଗୁଁ ସମୟ ପୂର୍ବରୁ ବାଳ ଝଡିଯାଏ ଏବଂ ପାଚିଯାଏ । ବାଳକୁ ଲମ୍ବା, କଳା ଏବଂ ମୋଟା କରିବା ପାଇଁ କଣସବୁ ଘରୋଇ ଉପାୟ ରହିଛି, ଆସନ୍ତୁ ଜାଣିବା!

ରାଶି ତେଲ ଆପଣଙ୍କ ବାଳ ପାଇଁ ବରଦାନ ଅଟେ:

ଚିନ୍ତା ହେଉଛି ବାଳ ଝଡିବାର ମୁଖ୍ୟ କାରଣ ଏବଂ ରାଶି ତେଲର ଥଣ୍ଡା ଗୁଣ ଚିନ୍ତା ଦୂର କରିବାରେ ସହାୟକ ହୋଇଥାଏ । ଏହିପରି ଏହା ଆପଣଙ୍କ ବାଳ ଝଡିବାର ସମସ୍ୟା ଠିକ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ।

ରାଶିତେଲ:

ରାଶି ତେଲ ମୁଣ୍ଡର ଚର୍ମରେ ରକ୍ତ ସଞ୍ଚାଳନକୁ ବଢାଇ ଥାଏ । ଯାହା ଦ୍ୱାରା ବାଳ ବଢ଼ିବାରେ ପ୍ରଭାବ ପଡ଼ିଥାଏ । ରାଶି ତେଲର ବ୍ୟବହାରରେ ବହୁତ ଭଲ ଗୁଣ ମଧ୍ୟ ମିଳିଥାଏ, ଯାହା କେମିକାଲ ବ୍ୟବହାରରେ ନଷ୍ଟ ହୋଇଯାଇଥିବା ବାଳକୁ ମୂଳରୁ ଶକ୍ତ କରେ ।

ରାଶିତେଲ ବାଳକୁ ସୂର୍ଯ୍ୟର କ୍ଷତିକାରକ ଅତିବାଇଗଣୀ ରଶ୍ମିଠାରୁ ସୁରକ୍ଷା କରିବାରେ ସାହାଯ୍ୟ କରେ । ସେଥିପାଇଁ ଯେତେବେଳେ ଖରାରେ ବାହାରକୁ ଯିବେ ମୁଣ୍ଡରେ ରାଶି ତେଲ ଲଗେଇ ଯାଆନ୍ତୁ । ରାଶିତେଲ ଆପଣଙ୍କ ବାଳରେ ଏକ ସୁରକ୍ଷିତ ସ୍ତର ତିଆରି କରିଥାଏ । ଯାହା ବାଳକୁ ସୂର୍ଯ୍ୟ କିରଣ ତଥା ପ୍ରଦୂଷଣ ଯୋଗୁଁ ହେଉଥିବା କ୍ଷତିରୁ ମଧ୍ୟ ରକ୍ଷା କରିଥାଏ ।

ରାଶିତେଲ ମୁଣ୍ଡରୁ ଉକୁଣୀ ବାହାର କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ପ୍ରତ୍ୟେକ ଥର ଶାମ୍ପୁ କରିବା ପୂର୍ବରୁ ବାଳରେ ରାଶି ତେଲ ଲଗାନ୍ତୁ । ଏଥିରେ ଥିବା ‘ବୀଜାଣୁ ପ୍ରତିରୋଧକ କ୍ଷମତା’ ମୁଣ୍ଡର ଚର୍ମକୁ ସଂକ୍ରମଣରୁ ରକ୍ଷା କରିଥାଏ ।

ରାଶିତେଲରେ ବାଳକୁ ହାଲୁକା ଏବଂ ନରମ କରିବାର ଗୁଣ ରହିଛି । ଗରମ ଉପକରଣର ବ୍ୟବହାର ଏବଂ ଅନ୍ୟ କାରଣ ଯୋଗୁଁ ନିର୍ଜୀବ ହୋଇଥିବା ବାଳକୁ ଏହା ପୋଷଣ ଯୋଗାଇଥାଏ । ଏଥିସହିତ ବାଳକୁ ମଧ୍ୟ ଏହା ଆର୍ଦ୍ର ରଖିଥାଏ!

ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ନିଜ ବାଳରେ ରାଶି ତେଲ ମାଲିସ କଲେ ରୂପି ସମସ୍ୟାରୁ ମୁକ୍ତି ପାଇବେ ।

ନିଜ ପାପୁଲିରେ ରାଶିତେଲ ୨ ରୁ ୩ ବୁନ୍ଦା ନେଇ ଘଷନ୍ତୁ ଏବଂ ତାକୁ ନିଜ ବାଳରେ ଲଗାନ୍ତୁ । ଏହା ନା କେବଳ ଆପଣଙ୍କ ବାଳରେ ଚମକ ଆଣିଥାଏ ବରଂ ଗୋଟିଏ ଭଲ କଣ୍ଡିସନର ଭାବେ କାର୍ଯ୍ୟ କରିଥାଏ ।

ଏହି ତେଲରେ ବହୁତ ଲାଭଦାୟକ ଗୁଣ ରହିଛି, ଯାହା ନଷ୍ଟ ହୋଇଥିବା ବାଳକୁ ପୁଣି ଥରେ ବଢ଼ିବାରେ ସାହାଯ୍ୟ କରେ । ବାଳ ଏବଂ ମୁଣ୍ଡର ଚର୍ମକୁ ପୋଷଣ ଯୋଗାଇ ତାକୁ ନରମ କରିଥାଏ ।

Leave A Reply

Your email address will not be published.