ସିଡନୀ: ଅଷ୍ଟ୍ରେଲିଆ ମହାନ ଖେଳାଳି ଡନ ବ୍ରାଡମ୍ୟାନଙ୍କ ଆଜି ଜନ୍ମଦିନ । ୨୭ ଅଗଷ୍ଟ ୧୯୦୮ରେ ନ୍ୟୁ ସାଉଥ ୱେଲ୍ସରେ ଜନ୍ମଗ୍ରହଣ କରିଥିଲେ । କ୍ରିକେଟରେ ଡନଙ୍କ ପରିଚୟ ଦେବା ଆବଶ୍ୟକ ନାହିଁ । ଆସନ୍ତୁ ଜାଣିବା ରେକର୍ଡର ପରିଭାଷା ବଦଳାଇ ଦେଇଥିବା ଡନଙ୍କ ସ୍ମରଣୀୟ ଡଜନ କୀର୍ତିମାନ ବିଷୟରେ ।
୧.ଟେଷ୍ଟ କ୍ରିକେଟ ଇତିହାସରେ ଡନ ବ୍ରାଡମ୍ୟାନ ଏକମାତ୍ର ଖେଳାଳି ଭାବେ ୯୯.୯୪ ଆଭରେଜରେ ରନ ସଂଗ୍ରହ କରିଛନ୍ତି ।
୨.ସେ ୫୨ ଟେଷ୍ଟରେ ୬୯୯୬ ରନ କରିଥିଲେ । ଅନ୍ତିମ ଇନିଂସରେ ଶୂନରେ ଆଉଟ ହେବା ଫଳରେ ୧୦୦ଆଭରେଜରେ ପଂହଚିପାରି ନଥିଲେ ।
୩. ଅଧିନାୟକ ଭାବେ ଏବେ ବି ଗୋଟିଏ ସିରିଜରେ ସର୍ବାଧିକ ରନ ସଂଗ୍ରହ ରେକର୍ଡ ବ୍ରାଡମ୍ୟାନଙ୍କ ନାମରେ ରହିଛି । ସେ ଇଂଲଣ୍ଡ ବିପକ୍ଷରେ ୮୧୦ ରନ ସଂଗ୍ରହ କରିଥିଲେ ।
୪.ଇଂଲଣ୍ଡ ବିପକ୍ଷରେ ସେ ସର୍ବାଧିକ ରନ (୫୦୨୮) ଓ ଶତକ (୧୯) ସଂଗ୍ରହ କରିଛନ୍ତି ।
୫.୧୯୩୦ରେ ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ସେ ଗୋଟିଏ ଦିନରେ ୩୦୯ ରନ ସଂଗ୍ରହ କରିଥିଲେ । ଏବେ ବି ଏହି ରେକର୍ଡ ବଳବତର ରହିଛି ।
୬.ସର୍ବାଧିକ ଦ୍ୱିଶତକ ହାସଲ କରିବା ରେକର୍ଡ ବ୍ରାଡମ୍ୟାନଙ୍କ ନାମରେ ରହିଛି । ସେ ୧୨ ଦ୍ୱିଶତକ ମାରିଥିଲେ ।
୭. ସବୁଠାରୁ କମ୍ ଇନିଂସରେ ସେ ୨୦୦୦(୨୨), ୩୦୦୦(୩୩), ୪୦୦୦(୪୮), ୫୦୦୦(୫୬) ଓ ୬୦୦୦(୬୮) ରନ ହାସଲ କରିଥିଲେ ।
୮. ଇଂଲଣ୍ଡର ଅଲୋଡା ଏକ୍ସିପେରିମେଂଟ ବଡିଲାଇନ ବୋଲିଂରେ ସେ ଏକମାତ୍ର ବ୍ୟାଟ୍ସମ୍ୟାନ ଭାବେ ୫୦ରୁ ଊଦ୍ଧ୍ୱ ହାରରେ ରନ ସଂଗ୍ରହ କରିଥିଲେ ।
୯. ଏତେ ମାତ୍ରାରେ ରନ ସଂଗ୍ରହ କରିଥିଲେ ମଧ୍ୟ ସେ ତାଙ୍କ ଅନ୍ତର୍ଜାତୀୟ ଟେଷ୍ଟ କ୍ୟାରିୟରରେ ମାତ୍ର ୬ଟି ଛକା ମାରିଥିଲେ ।
୧୦. ଅଷ୍ଟ୍ରେଲିଆ ପକ୍ଷରୁ ଅନ୍ତର୍ଜାତୀୟ ଟେଷ୍ଟ ଖେଳିବା ସମୟରେ ସେ ଦଳର ୨୬ ପ୍ରତିଶତ ରନ ଏକାକୀ ସଂଗ୍ରହ କରିଥିଲେ ।
୧୧.ପ୍ରଥମ ଶ୍ରେଣୀ କ୍ରିକେଟରେ ସେ ୯୬ ଆଭରେଜରେ ରନ କରିଥିଲେ ।
୧୨. ଯଦି ସେ ଆଗକୁ ୬୯ ଇନିଂସ ଖେଳି ଶୂନରେ ଆଉଟ ହୋଇଥାନ୍ତେ ତାହାହେଲେ ବି ୫୦ରୁ ଊର୍ଦ୍ଧ୍ୱ ଆଭରେଜ ରହିଥାନ୍ତା ।
BREAKING NEWS
- ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କୁ ଲାଗି ହେଲା ପହିଲି ଭୋଗ
- ଆଶ୍ରମ ସ୍କୁଲରେ +୨ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ…
- ଦିଲ୍ଲୀ ପ୍ରଦୂଷଣକୁ ନେଇ କ୍ଷମା ମାଗିଲେ ମନ୍ତ୍ରୀ; ଏତେ କମ୍ ସମୟ…
- Dhruv64:ଲଞ୍ଚ ହେଲା ଭାରତର ପ୍ରଥମ 1.0 GHz ସ୍ୱଦେଶୀ ଚିପ୍ ; ପ୍ରତିରକ୍ଷା କ୍ଷେତ୍ରରେ ହେବ ଉପଯୋଗୀ
- ରାଜନୀତିରେ ପାଦ ଥାପି ପାରନ୍ତି ଦୌଡା ରାଣୀ ଦୂତି
- ବଦମାସ ଗୁଳି ଚଳାଇଲେ, ମୋବାଇଲ ବଂଚାଇଲା ଜୀବନ
- ମୁଖ୍ୟସ୍ରୋତକୁ ଫେରିଲେ ୩୪ ମାଓବାଦୀ କ୍ୟାଡର, ସେମାନଙ୍କ ଉପରେ ଥିଲା ୮୪ ଲକ୍ଷ ଟଙ୍କା ପୁରସ୍କାର ରାଶି
- ବିଏମସିର ସଫେଇ ଅଭିଯାନ; ଅନେକ ଦୋକାନ ଉପରେ ୧ ଲକ୍ଷ ଫାଇନ
- Puri Police: ନିଶା ବ୍ୟବସାୟୀ ଟିକି ଖାଁର ୩ଟି ଘର ଉପରେ ବୁଲିଲା ବୁଲଡୋଜର
- ଜମି ମ୍ୟୁଟେସନ୍ ମାମଲା; ଲାଞ୍ଚ ନେବା ଅଭିଯୋଗରେ ଆରଆଇଙ୍କୁ ୩ ବର୍ଷ ଜେଲ୍
Comments are closed.