Latest Odisha News

BREAKING NEWS

ଗ୍ୟାଙ୍ଗଷ୍ଟର ଅବୁ ସାଲେମ ନାଁରେ ମଞ୍ଜରେକରଙ୍କୁ ୩୫ କୋଟିର ବଟି ଦେବାକୁ ଧମକ, ଯୁବକ ଗିରଫ

ମୁମ୍ବାଇ: ବଲିଉଡ ଅଭିନେତା ତଥା ଫିଲ୍ମ ନିର୍ମାତା ମହେଶ ମଂଜରେକଙ୍କୁ ଗ୍ୟାଙ୍ଗଷ୍ଟରମାନେ ବଟି ଦେବାକୁ ଧମକ ଦେଇଛନ୍ତି । ତାଙ୍କୁ ମୋଷ୍ଟ ୱାଂଟେଡ ଗ୍ୟାଙ୍ଗଷ୍ଟର ଅବୁ ସାଲେମଙ୍କ ନାଁରେ ୩୫ କୋଟି ଟଙ୍କା ବଟି ଦେବାକୁ ମେସେଜ ଯୋଗେ ଧମକ ମିଳିଛି । ଏନେଇ ମହେଶ ମୁମ୍ବାଇ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ।

BjdElectrycity

ଏହି ଘଟଣାରେ ପୋଲିସ ଜଣେ ଯୁବକକୁ କାବୁ କରିଛି । ରତ୍ନଗିରିରୁ ଜଣେ ୩୨ ବର୍ଷୀୟ ଯୁବକକୁ ପୋଲିସ ଗିରଫ କରିଛି । ମହେଶଙ୍କୁ ଯେଉଁ ନମ୍ବରରୁ ଫୋନ୍ ଆସିଥିଲା ତାହା ଏହି ବ୍ୟକ୍ତିଙ୍କର ବୋଲି ଜଣାପଡିଛି । ତେବେ ଅବୁ ସାଲେମ ସହ ଏହି ଯୁବକଙ୍କ ସତରେ କିଛି ସମ୍ପର୍କ ରହିଛି ନାଁ ମିଛିରେ କେବଳ ଟଙ୍କା ହଡପ ପାଇଁ ଗ୍ୟାଙ୍ଗଷ୍ଟର ନାଁ ବ୍ୟବହାର କରୁଥିଲା ସେ ନେଇ ପୋଲିସ ତଦନ୍ତ ଜାରି ରଖିଛି ।

ସୂଚନା ଅନୁସାରେ ମହେଶ ଦୁଇ ଦିନ ତଳେ ବାନ୍ଦ୍ରା ପୋଲିସ ଷ୍ଟେସନରେ ଏନେଇ ଅଭିଯୋଗ କରିଥିଲେ । ୧୧୯୩ର ମୁମ୍ବାଇ ବ୍ଲାଷ୍ଟର ମୁଖ୍ୟ ଅଭିଯୁକ୍ତ ତଥା ଦୋଷୀ ସାବ୍ୟସ୍ତ ଅବୁ ସାଲେମର ନାଁ ନେଇ ଜଣେ ଦୁର୍ବୃତ ତାଙ୍କୁ ଫୋନକୁ ମେସେଜ କରିଥିଲା । ଏଥିରେ ତାଙ୍କୁ ୩୫ କୋଟି ଟଙ୍କା ଦେବାକୁ ଧମକ ଦେଇଥିଲା ।

Leave A Reply

Your email address will not be published.