Latest Odisha News

BREAKING NEWS

ଅମ୍ବାଜୀଙ୍କ ଶକ୍ତିପୀଠ: ସତୀଙ୍କ ହୃଦୟ ଏଠାରେ ପଡିଥିଲା

ବନାସକାଂଠା: ଗୁଜରାଟ ଓ ରାଜସ୍ଥାନ ସୀମାରେ ଅରାସୁର ପର୍ବତ ଉପରେ ରହିଛି ମାଆ ଅମ୍ବାଜୀଙ୍କ ଭବ୍ୟ ମନ୍ଦିର । ଏହି ଶକ୍ତିପୀଠରେ ମାଆଙ୍କ ନବରାତ୍ରୀ ଧୂମଧାମରେ ପାଳନ କରାଯାଏ । ଦେବୀ ସତୀଙ୍କ ସମର୍ପିତ ୫୧ ଶକ୍ତିପୀଠରୁ ଏହା ଅନ୍ୟତମ ।ଏଠାରେ ମାଆଙ୍କ ହୃଦୟ ଆସି ପଡିଥିଲା । ୧୦୩ ଫୁଟ ଉଚ୍ଚ ମନ୍ଦିରର ଶିଖର ସ୍ୱର୍ଣ୍ଣରେ ନିର୍ମିତ । ଏଠାରେ ଜଳୁଥିବା ଅଖଣ୍ଡ ଦୀପ କେବେ ହେଲେ ଲିଭି ନାହିଁ ବୋଲି ଲୋକଙ୍କ ବିଶ୍ୱାସ ରହିଛି । ଏଠାରେ ମାଆ ପୂଜା ବିଧି ସମ୍ପୂର୍ଣ୍ଣ ଭାବେ ଅଲଗା । ଶ୍ରୀଯନ୍ତ୍ରକୁ ଆରାଧାନ କରି ପୂଜକ ପୂଜା କରିଥାଏ । ମାଆଙ୍କ ଚକ୍ଷୁକୁ ସିଧାସଳଖ ଦେଖିବା ଏଠାରେ ମନା । ପୂଜାରୀ ଶ୍ରୀଯନ୍ତ୍ରକୁ ଏ ଭଳି ଭାବେ ସଜାଇଥାଏ ଯେ, ତାହା ଅମ୍ବାଙ୍କ ମୂର୍ତି ପରି ଲାଗିଥାଏ ।

୧୨୦୦ ବର୍ଷ ପୂରଣା ଏହି ମନ୍ଦିରକୁ ଯାଉଥିବା ଭକ୍ତ କିଛି ଦୂରରେ ଥିବା ମାଆଙ୍କ ପାଦ ଓ ରଥ ଚିହ୍ନ ଦେଖିଥାନ୍ତି । ଅନ୍ୟ କେତେକଙ୍କ ମତରେ ଭଗବାନ ଶ୍ରୀକୃଷ୍ଣଙ୍କ ମାନସିକ ଚୁଟି ପଡିଥିଲା । ସେହିପରି ଭଗବାନ ଶ୍ରୀରାମ ଏଠାରେ ଶକ୍ତିପୂଜା କରିଥିଲେ ।

Leave A Reply

Your email address will not be published.