Latest Odisha News

BREAKING NEWS

ମହଙ୍ଗା ପଡିଲା ନିୟମ ଉଲ୍ଲଂଘନ, ରାଜଧାନୀର ଅନେକ ଦୋକାନ, ଶୋ’ରୁମ୍ ସିଲ୍‌

ଭୁବନେଶ୍ୱର: ମହଙ୍ଗା ପଡିଲା ସାମାଜିକ ଦୂରତ୍ୱ ନିୟମ ଉଲ୍ଲଘଂନ । ସିଲ୍ ହେଲା ଭୁବନେଶ୍ୱରର ଅନେକ ଶୋ’ରୁମ୍ ସମେତ ଛୋଟ ବଡ ଦୋକାନ ।

ରଜ ପାଇଁ ଭୁବନେଶ୍ୱର ଜନପଥ ସ୍ଥିତ ଅମ୍ବର ଶୋ’ରୁମ୍‌ରେ ଆଜି ସକାଳେ ନାହିଁ ନଥିବା ଭିଡ ଦେଖିବାକୁ ମିଳିଥିଲା । ଲୋକେ ଭୁଲି ଯାଇଥିଲେ ସାମାଜିକ ଦୂରତ୍ୱ ନିୟମ । ଏହାକୁ ପରେ ବିଏମ୍‌ସି ଉକ୍ତ ଶୋ’ରୁମ୍‌ରେ ଚଢ଼ାଉ କରିଥିଲା । ସାମାଜିକ ଦୂରତା ନିୟମ ଉଲ୍ଲଂଘନ ଅଭିଯୋଗରେ ଶୋ’ରୁମ୍ ସିଲ୍ କରାଯାଇଛି ।

ସେହିପରି ରବି ଟକିଜ ନିକଟରେ ଥିବା ଭାଇ ଭାଇ ଟିଫିନ ଦୋକାନକୁ ମଧ୍ୟ ସିଲ୍ କରାଯାଇଛି । ସାମାଜିକ ଦୂରତା ନିୟମ ଉଲ୍ଲଘଂନ ଅଭିଯୋଗରେ ଉକ୍ତ ଦୋକାନକୁ ବନ୍ଦ କରାଯାଇଛି । ଅନ୍ୟପଟେ ସ୍ପୋର୍ଟସ୍ ଏମ୍ପୋରିଅମ, ଫାବ୍ ଇଣ୍ଡିଆ ଶୋ’ ରୁମ୍‌, ଲିଙ୍ଗ ରାଜ ଲସି ଷ୍ଟଲ, ସହିଦ ନଗରରେ ଥିବା ଦୁଇ ଛୋଟ ଦୋକାନକୁ ମଧ୍ୟ ବିଏମ୍‌ସି ସିଲ୍ କରିଛି ।

Leave A Reply

Your email address will not be published.