Latest Odisha News

BREAKING NEWS

ପୁରୀ ରଥଯାତ୍ରା ପ୍ରସଙ୍ଗ: ସରକାରଙ୍କ ନିରବତାକୁ ନେଇ ପୁଣି ବିଜେପିର ପ୍ରଶ୍ନ

ଭୁବନେଶ୍ୱର: ଆସନ୍ତା ଜୁନ ୨୩ ତାରିଖରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ତେବେ ରଥଯାତ୍ରା ପୁରୀରେ ଆୟୋଜିତ ହେବ କି ନ’ହେବ ରାଜ୍ୟ ସରକାରଙ୍କ ନିରବତାକୁ ନେଇ ବିଜେପି ଗୁରବାର ଦିନ ୨ଥର ଲାଗି ପ୍ରଶ୍ନ ଉଠାଇଛି ।

ଗଣମାଧ୍ୟମ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର କହିଛନ୍ତି, ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ବିନା ଭକ୍ତଙ୍କ ଉପସ୍ଥିତିରେ ରଥଯାତ୍ରା ଆୟୋଜିତ ହେବ ବୋଲି ନିଷ୍ପତ୍ତି ଗ୍ରହଣ କରିବା ପରେ ସରକାର ଏହି ପ୍ରସ୍ତାବକୁ ଗ୍ରହଣ କରିବା କଥା ।

ଅଧିକ ପଢନ୍ତୁ: ମାସ୍କ କିଣାକୁ ନେଇ ରାଜନୀତି ସରଗରମ

“ଯଦି ରାଜ୍ୟ ସରକାରଙ୍କ ନିକଟରେ ଅନ୍ୟ କୌଣସି ବିକଳ୍ପ ପନ୍ଥା ନାହିଁ, ତେବେ କାହିଁକି ସରକାର ନିଷ୍ପତ୍ତି ନେବାରେ ବିଳମ୍ବ କରୁଛନ୍ତି,” ରାଜ୍ୟ ସରକାରଙ୍କୁ ଏହି ପ୍ରଶ୍ନ ଉଠାଇଛନ୍ତି ଶ୍ରୀ ମହାପାତ୍ର ।

ଜୁନ୍ ୨୩ ତାରିଖରେ ରଥଯାତ୍ରା, ଆଉ ମାତ୍ର ୧୦ ଦିନ ରହିଥିବା ବେଳେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ହେବ କି ନାହିଁ ଏବଂ ଯଦି ହେବ କିପରି ଅନୁଷ୍ଠିତ ହେବ ତାହାର ନିଷ୍ପତ୍ତି ରାଜ୍ୟ ସରକାର ଗ୍ରହଣ କରିନାହାନ୍ତି ।

ରାଜ୍ୟ ସରକାରଙ୍କୁ ସମାଲୋଚନା କରି ଶ୍ରୀ ମହାପାତ୍ର ଆହୁରି ମଧ୍ୟ କହିଛନ୍ତି ଯେ, ଯେକୌଣସି ପ୍ରସଙ୍ଗକୁ ଏହି ସରକାର ଗୁରୁତର ପରିସ୍ଥିତିକୁ ନେଇ ଯାଇଥାଆନ୍ତି । ଏମିତି ପରିସ୍ଥିତି ଉପୁଜେ ନିଜେ ସରକାର ମଧ୍ୟ କୌଣସି ନିଷ୍ପତ୍ତି ଗ୍ରହଣ କରିପାରନ୍ତି ନାହିଁ । “ଏହା ଅତି ସାଧାରଣ କଥା ଜଣେ ଦୁଇଜଣ ସରକାରୀ ବାବୁମାନେ ସରକାରଙ୍କ ତରଫରୁ ସମସ୍ତ ନିଷ୍ପତ୍ତି ଗ୍ରହଣ କରିଥାଆନ୍ତି,” ଏହା କହିଛନ୍ତି ଶ୍ରୀ ମହାପାତ୍ର ।

ଏଠାରେ ଉଲ୍ଲେଖଯୋଗ୍ୟ, ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ବୁଧବାର ଦିନ କହିଥିଲେ, ରଥଯାତ୍ରା ହେବ କି ନାହିଁ ଏହି ସନ୍ଦେହ ରାଜ୍ୟ ସରକାର ତୁରନ୍ତ ଦୂର କରିବା ଆବଶ୍ୟକ ।

Leave A Reply

Your email address will not be published.