ମୟୁରଭଞ୍ଜ : ପୁଣି ବାଧକ ସାଜିଲା ଭଙ୍ଗାପୋଲ । ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ । ବାଧ୍ୟ ହୋଇ ଚେତାଶୂନ୍ୟ ରୋଗୀକୁ ଦେଢକିଲୋମିଟର ବୋହିନେଲେ ପରିବାର ଲୋକ । ସୂଚନା ମୂତାବକ ଉଦଳା-ବାଲେଶ୍ବର ରାସ୍ତାର କଇଁସାରୀ ଜାମୁଘାଟ ପୋଲ ଦୀର୍ଘ ଦିନରୁ ଭାଙ୍ଗି ପଡିଛି । ଏହି ପୋଲ ଉପରେ ଗାଁର ଶହ ଶହ ଲୋକ ଯାତାୟାତ ପାଇଁ ନିର୍ଭର କରନ୍ତି । କିନ୍ତୁ ଏହି ଏହି ଭଗ୍ନ ପୋଲ ଗାଁ ଲୋକଙ୍କ ସମସ୍ୟାକୁ ଦ୍ବିଗୁଣିତ କରିଛି । ଗାଁରେ କାହାରି ଦେହ ଖରାପ ହେଲେ ତ କଥା ସରିଲା ।
ଗାଁରେ ଡାକ୍ତରଖାନା ଥିବା ଦୂରର କଥା ଗାଁଠାରୁ ଅଳ୍ପ ଦୂରରେ ଥିବା ଡାକ୍ତରଖାନାକୁ ନେବା ବି କଷ୍ଟସାଧ୍ୟ । ବର୍ଷା ଦିନ କଥା ତ ନକହିବା ଭଲ । ଆଜି ସେମିତି କିଛି ଅଭାବନୀୟ ଘଟଣା ଦେଖିବାକୁ । ଜଇଦା ଗାଁର ଜଣେ ମହିଳାଙ୍କ ଦେହ ହଠାତ୍ ଅସୁସ୍ଥ ହୋଇପଡିଥିଲା । ପରିବାର ଲୋକ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ । ହେଲେ ଭଙ୍ଗା ପୋଲ ଯୋଗୁଁ ଆମ୍ବୁଲାନ୍ସଟି ଅଧାବାଟରେ ଅଟକି ରହିଥିଲା । ଫଳରେ ବାଧ୍ୟ ହୋଇ ପରିବାର ଲୋକ ଚେତାଶୂନ୍ୟ ରୋଗୀଙ୍କୁ ଦେଢ କିଲୋମିଟର ବୋହି ନେଇଥିଲେ । ପରେ ତାଙ୍କୁ ଆମ୍ବୁଲାନ୍ସରେ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତି କରାଯାଇଛି । ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି ।
Comments are closed.