Latest Odisha News

BREAKING NEWS

ଥମୁନି ମଣ୍ଡି ଯନ୍ତ୍ରଣା, କମୁନି ଚାଷୀ ଦୁର୍ଦ୍ଦଶା

ନୂଆପଡା : ଗୋଟେପଟେ ଜିଲ୍ଲା ପ୍ରଶାସନ ମଣ୍ଡି ମାନଙ୍କରେ ସୁଦୃଢ଼ ଭିତ୍ତିଭୂମିର ଡିଣ୍ଡିମ ପିଟୁଛି  । ହେଲେ  ବରଗାଁ ମଣ୍ଡିରେ  ଶୀତ କାକରରେ ଖୋଲା ଆକାଶ ତଳେ ଚାଷୀ ଧାନ କୁ ଜଗିରହିଥିବା ଦୃଶ୍ୟ ଦେଖିବାକୁ ମିଳିଛି । ମଣ୍ଡିରେ ସଠିକ ଭିତ୍ତିଭୂମି ସାଙ୍ଗକୁ କଟନୀ ଛଟନୀ ନକରିବା ପାଇଁ ନିର୍ଦେଶ ରହିଥିଲେ ହେଁ ଏଠି ମିଲ ମାଲିକ ଓ ପେକ୍ସ କର୍ମଚାରୀ ମାନେ ମିଶି ଚାଷୀଙ୍କୁ ଶୋଷଣ କରି ହଇରାଣ ହରକତ କରୁଥିବା ଅଭିଯୋଗ ହୋଇଛି । ଚାଷୀଙ୍କ ପାଇଁ ନାଁ ଅଛି ଟେଣ୍ଟ ର ବ୍ୟବସ୍ଥା, ନା ଅଛି ତାରପଲିନ ନାଁ ପିଇବା ପାଣି ର ବ୍ୟବସ୍ଥା ।

ବରଗାଁ ରେ ସରକାର ମଣ୍ଡି ନିର୍ମାଣ ନାଁ ରେ ଲକ୍ଷ ଲକ୍ଷ ଟଙ୍କା ଦେଇ ମଣ୍ଡି ନିର୍ମାଣ କରିଛନ୍ତି  । ହେଲେ ତାହା ସରକାରୀ ଅବହେଳା କାରଣ ରୁ କାର୍ଯ୍ୟକ୍ଷମ ହୋଇ ପାରିନଥିବାରୁ ମଦୁଆ ଙ୍କ ଆଡ୍ଡା ସ୍ଥଳୀ ପାଲଟିଛି । ଖଡ଼ିଆଳ ବ୍ଲକ ବରଗାଁ ଓ ଖୁଡପେଜ ଗ୍ରାମପଞ୍ଚାୟତ କୁ ନେଇ ବରଗାଁ ପେକ୍ସ ଗଠିତ ହୋଇଛି । ଏଥିରେ ଧାନ ବିକ୍ରୀ ପାଇଁ ୭୯୭ ଜଣ ଚାଷୀ ପଞ୍ଜିକରଣ  କରିଛନ୍ତି । ୧ ଲକ୍ଷ ୬ ହଜାର ୧୨୬ କ୍ୱିଣ୍ଟାଲ ଧାନ କିଣିବା ର ଟାର୍ଗେଟ ଥିବା ବେଳେ ବର୍ତ୍ତମାନ ୧୦୯ ଜଣ ଚାଷୀ ଧାନ ବିକିଛନ୍ତି । ଧାନ ଅଖା ଚାଷୀ ଙ୍କୁ ଫେରସ୍ତ କରିବା ର ନିୟମ ଥିବା ବେଳେ ତାହା ମଧ୍ୟ କରୁନଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି ।

ଚାଷୀ ଙ୍କ ଦୁଃଖ ଏତିକି ରେ ସରିନାହିଁ । ଧାନ ବିକ୍ରି ର ୨୪ଘଣ୍ଟା ମଧ୍ୟରେ ଚାଷୀ ଙ୍କ ଆକାଉଣ୍ଟ ରେ ଟଙ୍କା ପଡିବା ର ନିୟମ ରହିଛି । ହେଲ ଦୀର୍ଘ ୧୧ ଦିନ ବିତି ଯାଇଥିଲେ ବି ଟଙ୍କା ପାଇନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି ।  ଏହାକୁ ନେଇ ବାରମ୍ବାର ପେକ୍ସ କର୍ମଚାରୀ ଙ୍କ ପାଖରେ ଅଭିଯୋଗ କରାଯାଇଛି  । ହେଲେ କିଛି ସୁଫଳ ମିଳିନି । ସେପଟେ ଏ ନେଇ ରାଜ୍ୟ ଦଳିତ ଅଧିକାର ମଞ୍ଚ ରାଜ୍ୟ ସଭାପତି ବରଗାଁ ମଣ୍ଡିକୁ ଯାଇ ଚାଷୀ ମାନଙ୍କ ସହ ଆଲୋଚନା କରିଛନ୍ତି ।

ଏବଂ ଟଙ୍କା ପାଇନଥିବା ଚାଷୀଙ୍କୁ ଖୁବ୍ ଶୀଘ୍ର ଟଙ୍କା ଫେରସ୍ତ କରିବାକୁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି । ଅନ୍ୟପଟେ ବରଗାଁ ପେକ୍ସ୍ ସମ୍ପାଦକ କହିଛନ୍ତି ,  ବ ଟଙ୍କା ପାଇନଥିବା ଚାଷୀ ବିଷୟ ରେ ଉପରିସ୍ଥ ଅଧିକାରୀ ଙ୍କୁ ଜଣା ଯାଇଛି ଖୁବ ଶୀଘ୍ର ଟଙ୍କା ପାଇଯିବେ  । ତେବେ ବ୍ୟାପକ କଟନୀ ଛଟନୀ ସାଙ୍ଗକୁ ଚାଷୀ ଙ୍କୁ ଠିକ ସମୟରେ ଟଙ୍କା ନମିଳିବା ଖବର ଉପରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ପଦକ୍ଷେପ ନେବା ଜରୁରୀ ହୋଇପଡିଛି ।

Leave A Reply

Your email address will not be published.