Latest Odisha News

ଖଟିଆରେ ରୋଗୀଙ୍କୁ ୧ କି.ମି. ବୋହିଲେ ଆମ୍ବୁଲାନ୍ସ କର୍ମଚାରୀ

ବରଗଡ : ବରଗଡ ଜିଲ୍ଲା ପଦ୍ମପୁରରେ ସାମନାକୁ ଆସିଲା ଆମ୍ବୁଲାନ୍ସ କର୍ମଚାରୀଙ୍କ ମହାନତା । ରୋଗୀଙ୍କୁ ଖଟିଆରେ ପ୍ରାୟ ୧ କି.ମି ବୋହି ଆମ୍ବୁଲାନ୍ସ ପାଖକୁ ନେଲେ ଆମ୍ବୁଲାନ୍ସ କର୍ମଚାରୀ ।

ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ କାଂସଡା ପଂଚାୟତ ଗମନାଗମନର ସୁବିଧା ହୋଇ ପାରିନାହିଁ ।  କାଂସଡା ପଂଚାୟତ ନୁହୁରିପଡା ଗ୍ରାମର ସୁବାସିନି ପାଇକଙ୍କ ଦେହ ହଠାତ ଅସୁସ୍ଥ ହେବାରୁ ପରିବାର ଲୋକେ  ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । ଡାକ୍ତରଖାନାକୁ ନେବା ପାଇଁ ଆମ୍ବୁଲାନ୍ସ ଆସିଥିଲା । ହେଲେ ରାସ୍ତାର ଅବସ୍ଥା ଅତି ଶୋଚନୀୟ ଥିବାରୁ ଆମ୍ବୁଲାନ୍ସ ଘର ପାଖକୁ ଯାଇ ପାରିନଥିଲା ।

ଫଳରେ ଆମ୍ବୁଲାନ୍ସ ଡ୍ରାଇଭର ଉଦ୍ଧବ , ଫାର୍ମାସିଷ୍ଟ  ଏକ କିମି ଖଟିଆରେ ବୋହି ଆମ୍ବୁଲାନ୍ସ ପାଖକୁ ଆଣିଥିଲେ ଏବଂ ତାଙ୍କୁ ଡାକ୍ତରଖାନା ନେଇଥିଲେ ।

 

Leave A Reply

Your email address will not be published.