Latest Odisha News

BREAKING NEWS

ଅନୁଗୁଳରେ ଓଲଟିଲା ଆମ୍ବୁଲାନ୍ସ, ଅଳ୍ପକେ ବର୍ତ୍ତିଲେ ରୋଗୀ

ଅନୁଗୁଳ: ଅନୁଗୁଳ ଜିଲ୍ଲାର ହଣ୍ଡପ୍ପା ଥାନା ଅନ୍ତର୍ଗତ ନିଶା ଜଙ୍ଗଲ ପରିସରରେ ଗୁରୁବାର ସକାଳେ ଏକ ଯାତ୍ରା ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହେବାରୁ ଜଣେ ପାଞ୍ଚ ବର୍ଷର ବାଳକ ସହ ପିତାମାତା ଆହତ ହୋଇଛନ୍ତି।

ଖବର ଅନୁଯାୟୀ, ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଇ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ (ଭିମସାର)ରେ ଚିକିତ୍ସିତ ହେଉଥିବା ଜଣ୍ଡିସରେ ପୀଡିତ ଉକ୍ତ ବାଳକକୁ କଟକ ବଡ଼ ମେଡ଼ିକାଲକୁ ନେଉଥିଲେ।

ଏନେଇ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଅସୁସ୍ଥ ବାଳକ ଏବଂ ତାଙ୍କ ପିତାମାତାଙ୍କୁ ଉଦ୍ଧାର କରିଥିଲେ। ପରେ ସେମାନଙ୍କୁ କଟକକୁ ସ୍ଥାନାନ୍ତର କରିବା ପାଇଁ ଅନ୍ୟ ଏକ ଗାଡିର ବ୍ୟବସ୍ଥା ମଧ୍ୟ କରିଥିଲେ।

Leave A Reply

Your email address will not be published.