Latest Odisha News

BREAKING NEWS

କରୀନାଙ୍କୁ କହୋ ନା ପ୍ୟାର ହେରୁ ବାହାର କରାଯାଇଥିଲା:ଅମୀଷା

ମୁମ୍ବାଇ: ଗଦର ୨ର ନାୟିକା ଅମୀଷା ପଟେଲ ରବିବାର କରୀନା କାପୁରଙ୍କୁ ନେଇ ଏକ ବଡ ଖୁଲାସା କରିଛନ୍ତି । ସେ କହିଛନ୍ତି ଯେ, କହୋ ନା ପ୍ୟାର ହେ ଫିଲ୍ମ କରୀନା କାପୁର ନିଜେ ଛାଡି ନ ଥିଲେ । ତାଙ୍କୁ ରାକେଶ ରୋଶନ ବାହାର କରିଥିଲେ ବୋଲି ଅମୀଷା କହିଛନ୍ତି । ୨୦୦୦ରେ ଆସିଥିବା ଏହି ଫିଲ୍ମ ମାଧ୍ୟମରେ ହ୍ରିତିକ ରୋଶନ ଓ ଅମୀଷା ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜକୁ ପ୍ରତିଷ୍ଠିତ କରିପାରିଥିଲେ । ଏହି ରୋମାଂଟିକ ଡ୍ରାମା ପାଇଁ କରୀନାଙ୍କୁ ପ୍ରଥମ ବଛା ଯାଇଥିଲା । ମାତ୍ର ପରେ ତାଙ୍କ ବଦଳରେ ଅମୀଷା ଏହି ରୋଲ କରିଥିଲେ । ରାକେଶ ରୋଶନ ନିଜେ ମୋତେ କହିଛନ୍ତି ଯେ, ମୁଁ କରୀନାଙ୍କୁ ଫିଲ୍ମ ଛାଡିବା ପାଇଁ କହିଥିଲି । ବୋଧହୁଏ ଉଭୟଙ୍କ ମଧ୍ୟରେ କୌଣସି ମତଭେଦ ଥିଲା ।

କରୀନା ଫିଲ୍ମ ଛାଡିବା ପରେ ହ୍ରିତିକଙ୍କ ମାଆ ପିଙ୍କି ରୋଶନ ଚିନ୍ତିତ ହୋଇ ପଡିଥିଲେ । ପୁଅର କ୍ୟାରିୟର ସହ ଫିଲ୍ମ ପାଇଁ ବହୁତ ଅର୍ଥ ଖର୍ଚ୍ଚ ହୋଇ ସାରିଥିଲା । ପିଙ୍କି ଆଂଟି ମୋତେ କହିଥିଲେ, ରାକେଶ ତାଙ୍କୁ ଏକ ପାର୍ଟିରେ ଦେଖିବା ପରେ ମୋତେ ମୋ ସୋନିଆ ମିଳି ଯାଇଥିଲା ବୋଲି କହିଥିଲେ । ସେ ରାତିଯାକ ଚିନ୍ତା କରିଥିଲେ ଯେ, ମୁଁ ହଁ କହିବି କି ନାହିଁ । ସୂଚନାଯୋଗ୍ୟ, କହୋ ନା ପ୍ୟାର ହେ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲା ଏବଂ ହ୍ରିତିକ ଓ ଅମୀଷା ଯୁବ ପିଢ଼ୀଙ୍କ ପସନ୍ଦ ସାଜିଥିଲେ । ନିକଟରେ ଅନ୍ୟ ଏକ ସାକ୍ଷାତକାରରେ ସେ କହିଥିଲେ ଗଦର ନିର୍ଦ୍ଦେଶକ ଅନୀଲ ଶର୍ମାଙ୍କ ସହ ତାଙ୍କ ସମ୍ପର୍କ କେବେ ଭଲ ନ ଥିଲା । ସେ ଗୋବିନ୍ଦା ଓ ମମତା କୁଲକର୍ଣ୍ଣିଙ୍କୁ ଫିଲ୍ମରେ ନେବା ପାଇଁ ଚାହୁଁଥିଲେ । ମାତ୍ର ପରେ ସନୀ ଓ ମୁଁ ଏହି ଫିଲ୍ମ କରିଥିଲୁ ଏବଂ ଏହା ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲା ।

Leave A Reply

Your email address will not be published.