Latest Odisha News

BREAKING NEWS

ପୁରୁଷଙ୍କ ତୁଳନାରେ ମହିଳା ସର୍ଜନଙ୍କ ପ୍ରଦର୍ଶନ ଭଲ: ଷ୍ଟଡି

ନୂଆଦିଲ୍ଲୀ:ମେଡିକାଲ ଫିଲ୍ଡରେ ମହିଳା ସର୍ଜନଙ୍କ ସଂଖ୍ୟା ପୁରୁଷ ତୁଳନାରେ କମ ରହିଛି । ତେବେ ନିକଟରେ କରାଯାଇଥିବା ଏକ ଷ୍ଟଡି ମହିଳା ସର୍ଜନଙ୍କ ପ୍ରଦର୍ଶନ ଓ ସଫଳତା ହାର ପୁରୁଷଙ୍କ ତୁଳନାରେ ଭଲ ରହିଛି । ଆମେରିକା ଓ ସ୍ୱୀଡେନରେ କରାଯାଇଥିବା ଷ୍ଟଡିରେ ଏହି ତଥ୍ୟ ସମ୍ମୁଖକୁ ଆସିଛି । ଆମେରିକା ମେଡିକାଲ ଆସୋସିଏଶନ ଜାମା ନେଟୱର୍କରେ ଏହା ପ୍ରକାଶ ପାଇଛି । ସ୍ୱୀଡେନରେ କରାଯାଇଥିବା ଷ୍ଟଡିରେ ଗତ ୧୩ ବର୍ଷ ମଧ୍ୟରେ ଗଲ ବ୍ଲାଡର ସର୍ଜରୀରେ ମହିଳା ଡାକ୍ତର ଅଧିକ ସମୟ ନେଇଥିଲେ । ଅପରପକ୍ଷରେ ପୁରୁଷ ସର୍ଜନ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ଏବେକାର ଛାତ୍ରା ସର୍ଜରୀ ପ୍ରତି ଗୁରୁତ୍ୱ ଦେବା ଆରମ୍ଭ କରିଛନ୍ତି । ପୂର୍ବରୁ ଅର୍ଥୋପେଡିକ୍ସ ଫ୍ରାକଚର ପାଇଁ ବଳର ଆବଶ୍ୟକତା ରହୁଥିଲା । ସେଥିପାଇଁ ମହିଳା ଛାତ୍ରା ଏହାଠାରୁ ଦୂରେଇ ରହୁଥିଲେ । ଏବେ ଅତ୍ୟାଧୂନିକ ସାମଗ୍ରୀ ଯୋଗୁ ଏହା ସହଜ ହୋଇପାରିଛି । ଛାତ୍ରାମାନେ ଏଥିନେଇ ଆଗ୍ରହ ପ୍ରକାଶ କରିବା ଆରମ୍ଭ କରିଛନ୍ତି ।

ଆସୋସିଏଶନ ଅଫ ସର୍ଜନ ଅଫ ଇଣ୍ଡିଆ(ଭୋପାଳ)ର ଅଧ୍ୟକ୍ଷଙ୍କ ଅନୁସାରେ ଏଏସଆଇର ୩୩ ହଜାରରୁ ଅଧିକ ସଦସ୍ୟଙ୍କ ମଧ୍ୟରେ ୧୦ ପ୍ରତିଶତରୁ କମ ମହିଳା ରହିଛନ୍ତି । ଦେଶରେ ମେଡିକାଲ କଲେଜ ସଂଖ୍ୟା ବୃଦ୍ଧି ପାଉଥିବାରୁ ମହିଳାଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ମହିଳାମାନଙ୍କ ନିକଟରେ ପ୍ରବନ୍ଧନ କୌଶଳ ଭଲ ଥିବା ସହ ସେମାନେ ଏକ ଟିମ ଭାବେ କାର୍ଯ୍ୟ କରିଥାନ୍ତି । ବିଶ୍ୱସ୍ତ ଓ ସହାନୁଭୂତି ସେମାନଙ୍କୁ ପୁରୁଷଙ୍କ ତୁଳନାରେ ଅଲଗା କରିଥାଏ ବୋଲି ଷ୍ଟଡିରେ କୁହାଯାଇଛି ।

Leave A Reply

Your email address will not be published.