Latest Odisha News

୯୦ ଲକ୍ଷର ମର୍ସିଡିଜ୍‌ କାର୍‌ କିଣିଲେ MBA ଚା’ ବାଲା’, ଇନଷ୍ଟାରେ ସେୟାର କଲେ ଭିଡିଓ

କଥାରେ ଅଛି କୌଣସି ପେଶା କେବେ ଛୋଟ ହୋଇନଥାଏ  । ଆଉ ପେଶାଠୁ ବଡ଼ ଧର୍ମ କୌଣସି ଧର୍ମ ହୋଇନଥାଏ । ସେଥିପାଇଁ ବହୁତ କଷ୍ଟ କରିବାକୁ ପଡ଼ିଥାଏ କେବଳ ଯେ କଷ୍ଟ କଲେ ସଫଳତା ହାସଲ କରିହେବ ତାହା ନୁହେଁ । ବରଂ ନିଜ କାର୍ଯ୍ୟରେ ନିଷ୍ଠା,ଏକାଗ୍ରତା ବିଶ୍ବାସ ରଖିବା ଦରକାର ତେବେ ଯାଇ ସଫଳତାର ଶୀର୍ଷରେ ପହଞ୍ଚି ପାରିବେ  । ନିକଟରେ ଏଭଳି ଏକ ଦିଗ୍‌ଦର୍ଶକ ଦେଖିବାକୁ ମିଳିଛି । ଯିଏ ଚା’ ବିକ୍ରି କରି ୯୦ ଲକ୍ଷ ଟଙ୍କାର ମର୍ସିଡିଜ୍‌ କାର୍‌ କିଣି ଚର୍ଚ୍ଚାରେ ରହିଛନ୍ତି  ।

 

View this post on Instagram

 

A post shared by Prafull Billore (@prafullmbachaiwala)

MBA ଚା’ ବାଲା’ ନାଁରେ ପ୍ରଫୁଲ୍ଲ ବିଲ୍ଲୋର ବେଶ୍‌ ଲୋକପ୍ରିୟ । ପ୍ରଫୁଲ୍ଲ ଜଣେ ମୋଟିଭେସନାଲ୍‌ ସ୍ପିକର ମଧ୍ୟ । ତାଙ୍କର ଭିଡିଓଗୁଡ଼ିକ ଆପଣ ସୋସିଆଲ ମିଡିଆର ଅନେକ ପ୍ଲାଟ୍‌ଫର୍ମରେ ନିଶ୍ଚୟ ଦେଖିଥିବେ। ଇନ୍‌ଷ୍ଟାଗ୍ରାମ ରିଲ୍ସରେ ତାଙ୍କର ମୋଟିଭେସନାଲ୍‌ ଭିଡିଓ କ୍ଲିପ୍‌ ମଧ୍ୟ ଖୁବ୍‌ ଭାଇରାଲ ହୋଇଥାଏ। ପ୍ରଫୁଲ୍ଲ ବିଲ୍ଲୋର ଜଣେ ଏମ୍‌ବିଏ ଡ୍ରପ୍‌ ଆଉଟ୍‌ ଷ୍ଟୁଡେଣ୍ଟ। ସେ ୨୦୧୭ରେ ଆଇଆଇଏମ୍‌ ଅହମ୍ମଦାବାଦରେ ‘MBA ଚା’ ବାଲା’ ନାଁରେ ଏକ ଚା’ ଦୋକାନ ଖୋଲିଥିଲେ। ଏହା ପରଠାରୁ ଆଉ ସେ କେବେ ବି ପଛକୁ ଫେରିନାହାନ୍ତି।

ଆଜି ପୂରା ଦେଶରେ ‘MBA ଚା’ ବାଲା’ ନାମରେ ଅନେକ ଫୁଡ୍‌ ଜଏଣ୍ଟ ରହିଛି। ବର୍ତ୍ତମାନ ତାଙ୍କ ସଫଳତାରେ ଆଉ ଏକ ନୂଆ ଚାପ୍ଟର ଯୋଡ଼ି ହୋଇଛି । ତାହା ହେଉଛି, ପ୍ରଫୁଲ୍ଲ ୯୦ ଲକ୍ଷ ଟଙ୍କାର ଏକ ନୂଆ ମର୍ସିଡିଜ୍‌-ବେଞ୍ଜ କିଣିଛନ୍ତି।

ସେ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ନିଜର ନୂଆ ମର୍ସିଡିଜ୍‌ର ଡେଲିଭରି ନେଉଥିବାର ଭିଡିଓ ସେୟାର କରିଛନ୍ତି। ଯେମିତି ହିଁ ସେ ଏହି ଭିଡିଓଟିକୁ ସେୟାର କରିଛନ୍ତି, ଯାହା ସୋଶିଆଲ ମିଡିଆରେ ଭାଇରାଲ ହେବା ସହ ଖୁବ୍‌ ପ୍ରଶଂସା ସାଉଁଟିଛନ୍ତି।

 

Leave A Reply

Your email address will not be published.